ମୁମ୍ବାଇ : ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ମୁମ୍ବାଇରେ ଥିବା ବାସଭବନରେ ହତ୍ୟା ଉଦ୍ୟମ ହୋଇଥିବାର ସୂଚନା ମିଳିଛି | ସୈଫ ଅଲ୍ଲୀ ଖାନ ଏହି ସମୟରେ ଘରେ ଏକ ଥିବାର ଖବର ମିଳିଛି | ଏହି ଘଟଣା ବଲିଉଡ ଜଗତରେ ଚାଞ୍ଚଲ୍ୟ ଖେଳାଇଦେଇଛି | ଗତକାଲି ରାତିରେ ଘରେ ପଶି ଛୁରାମାଡ କରିଛନ୍ତି କିଛି ଦୁର୍ବୁତ୍ତ | ଗୁରୁତର ଅବସ୍ଥାରେ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ତେବେ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ବିପଦମୁକ୍ତ ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି | ଘଟଣା ସ୍ଥଳରେ ବାନ୍ଦ୍ରା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି | ତେବେ ଏହି ଘଟଣାଟିକୁ ଅତି ସହଜ ଭାବେ ଗ୍ରହଣ କରାଯାଇପାରୁନି | କାରଣ ସୈଫ ଅଲ୍ଲୀ ଖାନଙ୍କ ଘର ସାମ୍ନାରେ ଟାଇଟ୍ ସିକ୍ୟୁରିଟି ରହିଛି।
ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ହତ୍ୟା ଉଦ୍ୟମ : ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି















Leave a Reply