ମିଆଁମାରରେ ଭୟଙ୍କର ବିସ୍ଫୋରଣରେ ୫୫ ମୃତ ଓ ୭୦ରୁ ଊର୍ଦ୍ଧ୍ବ ଆହତ

ଅକ୍ଷର ବ୍ୟୁରୋ: ମିଆଁମାରରେ ବଡ଼ ଧରଣର ବିସ୍ଫୋରଣ | ଏହି ବିସ୍ଫୋରଣରେ ୫୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି | ମିଆଁମାରର ଉତ୍ତର-ପୂର୍ବାଞ୍ଚଳରେ ଖଣି ବିସ୍ଫୋରକ ସମଗ୍ରୀ ଗଚ୍ଛିତ ଥିବା ଏକ ବିଲ୍ଡିଂରେ ଭୟଙ୍କର ବିସ୍ଫୋରଣ ଘଟିଛି | ଦୁର୍ଘଟଣାସ୍ଥଳରୁ ୫୫ ଜଣଙ୍କ ମୃତଦେହକୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି ଏବଂ ଆହତ ହୋଇଥିବା ୭୦ରୁ ଊର୍ଦ୍ଧ୍ବ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି |

ଚୀନ ସୀମାରୁ ମାତ୍ର ୩ କିଲୋମିଟର ଦୂର ଥିବା ନାମହକାମ୍ ଟାଉନସିପ୍ ଅନ୍ତର୍ଗତ କୌଙ୍ଗଟାଟ୍ ଗ୍ରାମରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି | ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଆଖପାଖରେ ଥିବା ୧୦୦ରୁ ଅଧିକ ଘର ଛିନ୍‌ ଛତର ହୋଇଯାଇଛି | ତଦନ୍ତ ଅନୁଯାୟୀ, ଖଣି ଓ ପଥର ଖନନ କାମ ପାଇଁ ଗଚ୍ଛିତ ରଖାଯାଇଥିବା ଜେଲିଗ୍ନାଇଟ୍ ନାମକ ବିସ୍ଫୋରକ ସାମଗ୍ରୀରେ ହଠାତ୍ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)