ଛାତ୍ର ସଂସଦ ନିର୍ବାଚନ ପାଇଁ ସରଗରମ କ୍ୟାମ୍ପସ୍‌, କାଲିଠୁ ନାମାଙ୍କନ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ସରଗରମ ହେଲା କଲେଜ କ୍ୟାମ୍ପସ୍‌। ବିଧିବଦ୍ଧ ଭାବେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ କଲେଜରେ ଆରମ୍ଭ ହୋଇଛି ରାଜନୈତିକ ହଲଚଲ। ଆସନ୍ତାକାଲିଠାରୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା। ଦିନ ୧୦ଟାରୁ ଦିନ ୧ଟା ମଧ୍ୟରେ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିବେ। ପ୍ରାର୍ଥିପତ୍ର ଦାଖଲ ପରେ କ୍ୟାମ୍ପସ୍‌ରେ ଜୋରଦାର ହେବ ପ୍ରଚାର ଓ କ୍ୟାମ୍ପେନିଂ। ନିର୍ବାଚନକୁ ନେଇ ଏବେଠାରୁ ବିଭିନ୍ନ କ୍ୟାମ୍ପସ୍‌ରେ ଚଳଚଞ୍ଚଳତା ବଢ଼ିଛି। ଛାତ୍ରଛାତ୍ରୀଙ୍କୁ ନିଜ ସପକ୍ଷରେ ଆଣିବାକୁ ପ୍ରାର୍ଥୀମାନେ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛନ୍ତି। କେଉଁଠି ଚକ୍‌ଲେଟ୍‌, କେଉଁଠି ବିରିୟାନୀ, ଆଉ କେଉଁଠି ପୁସିଂକାର୍ଡ ବାଣ୍ଟି ଚାଲିଛି ପ୍ରଚାର। ନାମାଙ୍କନ ଦାଖଲ ହେବା ପରଠାରୁ କ୍ୟାମ୍ପସ୍‌ରେ ନିର୍ବାଚନୀ ମାହୋଲ ଆହୁରି ଜମିବ।

୧୦ରେ ନାମାଙ୍କନ ପ୍ରତ୍ୟାହାର, ୧୫ରେ ଭୋଟ୍‌

ନିର୍ବାଚନ କାର୍ଯ୍ୟସୂଚୀ ଅନୁସାରେ, ଅକ୍ଟୋବର ୧୦ ତାରିଖ ଦିନ ୧୦ଟାରୁ ଦିନ ୧ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ। ସେହିଦିନ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହାପରେ ନିର୍ବାଚନୀ ପ୍ରଚାର ଆହୁରି ଜୋରଦାର ହେବ। ଅକ୍ଟୋବର ୧୪ରେ ‘ହ୍ୱାଏ ଆଇ ଷ୍ଟାଣ୍ଡ ଫର୍’ ମିଟିଂ ଅନୁଷ୍ଠିତ ହେବ। ଏହାପରେ ଅକ୍ଟୋବର ୧୫ ତାରିଖ ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଭୋଟ୍‌ଗ୍ରହଣ ହେବ। ଭୋଟ୍‌ ଶେଷ ହେବା ପରେ ସେହିଦିନ ଅପରାହ୍ଣ ୨ଟା ପରେ ଫଳାଫଳ ଘୋଷଣା କରାଯିବ।

GMUରେ ହେବନି ପ୍ରତ୍ୟକ୍ଷ ନିର୍ବାଚନ

ଅନ୍ୟପଟେ, ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବା ବେଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (GMU)ରେ ଏଥର ହେବନି ପ୍ରତ୍ୟକ୍ଷ ନିର୍ବାଚନ। ପୂର୍ବବର୍ଷଗୁଡ଼ିକ ଭଳି ଏଠାରେ ମଧ୍ୟ ଛାତ୍ର ପ୍ରତିନିଧି ଚୟନ କରାଯିବ। ତେଣୁ ଗୋଟିଏ ପଟେ ବିଭିନ୍ନ କଲେଜରେ ପ୍ରତ୍ୟକ୍ଷ ନିର୍ବାଚନକୁ ନେଇ ଉତ୍ସାହ ବଢ଼ୁଥିବା ବେଳେ GMUରେ ଚୟନ ପ୍ରକ୍ରିୟା ଜାରି ରହିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial