ଅକ୍ଷର ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ମଧ୍ୟାହ୍ନ ସାଢ଼େ ୧୨ଟାରେ ପରୀକ୍ଷା ଫଳ ଘୋଷଣା ହୋଇଛି । CHSE କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ +2 ପରୀକ୍ଷା ଫଳ ପୁସ୍ତିକା ଉନ୍ମଚୋନ କରିଛନ୍ତି । ଏକାସାଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇଛି । ଆଜି ଅପରାହ୍ନ ୩ଟାରୁ ଛାତ୍ରଛାତ୍ରୀମାନେ ୱେବ୍ସାଇଟ୍ରେ ନିଜର ପରୀକ୍ଷା ଫଳ ଦେଖିପାରିବେ । ପରୀକ୍ଷା ଫଳ ଲୋକାର୍ପଣ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ସଚିବ ଏନ୍ ତିରୁମାଲା ନାଏକ, ସିଏଚ୍ଏସ୍ଇ ଅଧ୍ୟକ୍ଷ ମୃଣାଳକାନ୍ତି ଦାସ, ସଚିବ ଶୁଭ୍ରାବାଳା ପରିଡ଼ା ଓ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।
ଚଳିତ ବର୍ଷ ମୋଟ ୪,୦୧, ୬୨୩ ଛାତ୍ରଛାତ୍ରୀ ପଞ୍ଜୀକୃତ କରିଥିଲେ ସେଥିରୁ ୩, ୯୮,୦୯୦ଜଣ ପରୀକ୍ଷା ଦେଇଥିଲେ । ମୋଟ୍ ୩, ୪୧, ୭୮୧ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । କଳା ପରୀକ୍ଷାରେ ମୋଟ୍ ପାସ୍ ହାର ୮୪.୫୦ ପ୍ରତିଶତ ରହିଛି । କଳାରେ ଛାତ୍ରଙ୍କ ପାସ୍ ହାର ୭୭.୯୭ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସ୍ ହାର ୮୯.୪୫ ପ୍ରତିଶତ ରହିଥିବା ବେଳେ, ବାଣିଜ୍ୟରେ ସର୍ବମୋଟ୍ ପାସ୍ ହାର ରହିଛି ୮୮.୦୭ ପ୍ରତିଶତ । ୮୬.୦୭ ପ୍ରତିଶତ ଛାତ୍ର କୃତକାର୍ଯ୍ୟ କରିଛନ୍ତି । ବାଣିଜ୍ୟରେ ଛାତ୍ରୀଙ୍କ ପାସ୍ ହାର ୯୦.୪୩ ପ୍ରତିଶତ ରହିଛି । ସେହିପରି ବିଜ୍ଞାନରେ ସର୍ବମୋଟ୍ ୮୮.୮୦ ପ୍ରତିଶତ ପାସ୍ ହୋଇଛନ୍ତି । ଛାତ୍ରଙ୍କ ପାସ୍ ହାର ୮୭.୪୧ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସ୍ ହାର ୯୦.୨୪ ପ୍ରତିଶତ ରହିଛି । ଧନ୍ଦାମୂଳକରେ ସର୍ବମୋଟ୍ ପାସ୍ ହାର ୭୭.୬୨ ପ୍ରତିଶତ ରହିଛି । ଧନ୍ଦାମୂଳକ ଛାତ୍ରଙ୍କ ପାସ୍ ହାର ୭୧.୪୯ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସ୍ ହାର ୮୦.୪୩ ପ୍ରତିଶତ ରହିଛି ।















Leave a Reply