ଅକ୍ଷର ବ୍ୟୁରୋ: ପାରାଦ୍ୱୀପରେ ଆଜି JSWର ଇଣ୍ଟିଗ୍ରେଟେଡ଼ ଷ୍ଟିଲ ପ୍ଲାଣ୍ଟର ହେବ ଶୁଭାରମ୍ଭ । ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଥିପାଇଁ ଓଡିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଶୁଭାରମ୍ଭ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଆଉ କିଛି ସମୟ ପରେ ପାରାଦୀପରେ JSWର ଇଣ୍ଟିଗ୍ରେଟେଡ଼ ଷ୍ଟିଲ ପ୍ଲାଣ୍ଟର ଶୁଭାରମ୍ଭ ସମାରୋହ ହେବାକୁ ଯାଉଛି । ଓଡ଼ିଶାର ଶିଳ୍ପ ମାନଚିତ୍ରରେ ଯୋଡ଼ି ହେବ ନୂଆ ଅଧ୍ୟାୟ । ପାରାଦୀପରେ ଜେଏସଡବ୍ଲ୍ୟୁ ଉତ୍କଳ ଇସ୍ପାତ କାରଖାନା ପ୍ରକଳ୍ପକୁ ନେଇ ଆରମ୍ଭ ହୋଇଛି ନୂଆ ପଦକ୍ଷେପ । ଶିଳ୍ପ ଉନ୍ନତି ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ଓ ଆଧାରଭୂତ ସୁବିଧା ବିକାଶକୁ ଗୁରୁତ୍ୱ ଦେଇ କମ୍ପାନୀ ପକ୍ଷରୁ ଆୟୋଜିତ ହୋଇଛି ଶୁଭାରମ୍ଭ ସମାରୋହ ।
ଏହି ପ୍ରକଳ୍ପକୁ ଓଡ଼ିଶାର ସବୁଠାରୁ ବଡ଼ ଇସ୍ପାତ ନିବେଶ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି । ଜଗତସିଂହପୁର ଜିଲ୍ଲା ପାରାଦୀପ ଠାରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ପ୍ରସ୍ତାବିତ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ପ୍ରକଳ୍ପର ଶୁଭାରମ୍ଭ ଅବସରରେ କମ୍ପାନୀ ପକ୍ଷରୁ ସମାରୋହ ଆୟୋଜନ କରାଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ହଜାର ହଜାର ସ୍ଥାନୀୟ ଯୁବକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି । ଏଥିସହ ସଡ଼କ, ପାଣି, ବିଦ୍ୟୁତ ଓ ବନ୍ଦର ସଂଯୋଗ ଭଳି ମଧ୍ୟ ବ୍ୟାପକ ଉନ୍ନତି ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।













Leave a Reply