ବର୍ଷାବେଳେ ଗଛ ତଳେ ଆଶ୍ରୟ ନେଇଥିବାବେଳେ ବଜ୍ରପାତ ପଡ଼ି ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଅକ୍ଷର ବ୍ୟୁରୋ: ବର୍ଷାବେଳେ ଗଛ ତଳେ ଆଶ୍ରୟ ନେଇଥିବାବେଳେ ବଜ୍ରପାତ ପଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି । ମୃତ ଯୁବକ ଦୁଇ ଜଣ ହେଉଛନ୍ତି ଅନୁଗୁଳ ଜିଲ୍ଲା ହଣ୍ତପା ଥାନା ପାପସରା ଗାଁର ଆରତ ବେହେରା ଓ ସଞ୍ଜୟ ସାହୁ | ମୃତ ଦୁଇ ଜଣ ଯୁବକ ହେଉଛନ୍ତି ସମ୍ପର୍କୀୟ ଭାଇ। ଉଭୟ ବିଲରେ ଟ୍ରାକ୍ଟର୍‌ରେ ହଳ କାମ କରୁଥିବାବେଳେ ସନ୍ଧ୍ୟାରେ ବର୍ଷା ପବନ ଆସିବାରୁ ଏକ ଗଛ ତଳେ ଆଶ୍ରୟ ନେଇଥିଲେ । ସେହି ସମୟରେ ବଜ୍ରପାତ ହୋଇଥିଲା । ଆଉ ପରେ ଗଛ ତଳେ ଦୁଇ ଜଣଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ସୂଚନା ପାଇ ହଣ୍ଡପା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରୁଛି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)