ଭୁବନେଶ୍ୱର: ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମିଳନୀ ଦିବସ । ଏନେଇ ଚଳଚଞ୍ଚଳ ହୋଇପଡିଛି ଭୁବନେଶ୍ୱର। ଓଡ଼ିଶାରେ ଜମିଲାଣି ବିଦେଶୀଙ୍କ ଭିଡ଼। ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଛି ସମ୍ମିଳନୀ।ବୈଦଶିକ ବ୍ୟାପର ମନ୍ତ୍ରୀ ଏସ୍.ଜୟଶଙ୍କର, କେନ୍ଦ୍ର କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀକୁ ଆରମ୍ଭ କରିଛନ୍ତି। ଯୁବ ସମାବେଶରୁ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ସମ୍ମିଳନୀ।୩ ଦିନ ଅର୍ଥାତ ୧୦ତାରିଖ ଯାଏ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ୬୦ ଦେଶର ଅତିଥି। ଏଥିପାଇଁ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟଙ୍କୁ ସସମ୍ମାନେ ସ୍ୱାଗତ କରାଯାଉଛି।
ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମେଳନ
















Leave a Reply