ମାଟିରେ ମିଶିବ ବୈକୁଣ୍ଠ ଧାମ ଆଶ୍ରମ | ଅନେକ ଦିନର ଯାଞ୍ଚ ପରେ ମାଲିମକଦମା ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଭାଙ୍ଗିବାକୁ ଘୋଷଣା ହୋଇଛି । ଆସନ୍ତା କାଲି ଦିନ ୧୨ ଟା ସୁଦ୍ଧା ଆଶ୍ରମରୁ ଜିନିଷପତ୍ର ଖାଲି କରିବାକୁ ନିର୍ଦେଶ ଦେଇଛି ବିଡିଏ।
ଭୁବନେଶ୍ୱର: ମାଟିରେ ମିଶିବ ବୈକୁଣ୍ଠଧାମ ; ଯଥାଶୀଘ୍ର ସୁଦ୍ଧା ଜିନିଷ ଖାଲି କରିବାକୁ ବିଡିଏର ଘୋଷଣା
କନକ ବ୍ୟୁରୋ: ଅନେକ ଦିନର ଯାଞ୍ଚ ମାଲିମକଦମା ପରେ ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଭାଙ୍ଗିବାକୁ ଘୋଷଣା ହୋଇଛି । ଆସନ୍ତା କାଲି ଦିନ ୧୨ ଟା ସୁଦ୍ଧା ଆଶ୍ରମରୁ ଜିନିଷପତ୍ର ଖାଲି କରିବାକୁ ଘୋଷଣା କରିଛି ବିଡିଏ।
ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ବୈକୁଣ୍ଠଧାମ ଆଶ୍ରମ ଠିଆ ହୋଇଛି। ଏଠାରେ ବାବା ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ଦୁଇ ଚକିଆ ବୁଲେଟ ଗାଡ଼ିରେ ଲୀଳାଖେଳା କରୁଥିଲେ। ସେ ପ୍ରତିଦିନ ଭକ୍ତଙ୍କୁ ଭେଟୁଥିଲେ ଓ ମଧୁର ପ୍ରବଚନ ଦେଉଥିଲେ। ନିକଟରେ ବାବାଙ୍କ କିଛି ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ଏତେ ତୀବ୍ର ହୋଇଥିଲା ଯେ, ରାଜ୍ୟବ୍ୟାପି ଚର୍ଚ୍ଚା ହେଉଛି। ବିବାଦର ମୂଳ କାରଣ ଥିଲା କୁନି ବାବାଙ୍କ ପାଦ ତଳେ ତୁଳସୀ ଥିବା ଦେଖିବାକୁ ମିଳିଥିଲା। ଫଳରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ବିଭିନ୍ନ ସଙ୍ଗଠନ ପକ୍ଷରୁ ଜୋରଦାର ପ୍ରତିବାଦ ପରେ ଭରତପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସର ତନାଘନା ଭିତରେ ବାବାଙ୍କ ବୈକୁଣ୍ଠ ଆଶ୍ରମରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା। ବାବା କାଶୀନାଥ ଶ୍ରଦ୍ଧାଳୁଙ୍କ ଆସ୍ଥାକୁ ଆଧାର କରି ବ୍ୟବସାୟ କରିବା ସହ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ବିବାଦ। ଆଉ ହୋଇଥିଲା ଆଇନଗତ ତନାଘନା।
















Leave a Reply