ଏମିତି ବି ମୃତ୍ୟୁ ଆସେ, କମନ ରୁମରେ ଛାତ୍ରୀ ଜଣକ ବସିଥିବାବେଳେ ହଠାତ ଟଳିପଡିଲେ, ଆଉ ତାପରେ…

ବାଲୁଗାଁ: ମୃତ୍ୟୁ ବି ଏମିତି ଆସେ ତାହା କଳ୍ପନା ବାହାରେ।ଯାହାକି ଆଜି ପୂର୍ବାହ୍ନରେ ବାଲୁଗାଁ ମହାବିଦ୍ୟାଳୟର ଜଣେ ଛାତ୍ରୀ ପରୀକ୍ଷା ଦେବା ପୂର୍ବରୁ ଅସୁସ୍ଥ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛି।ଖବର ମୁତାବକ ଚିଲିକା ବ୍ଲକ ଆଙ୍କୁଲା ପଞ୍ଚାୟତ ଅନ୍ତର୍ଗତ ରାହାଣବେଲି ଗ୍ରାମର ଅମୂଲ୍ୟ ସାମନ୍ତରାୟଙ୍କ ଝିଅ ସସ୍ମିତା ସାମନ୍ତରାୟ ବାଲୁଗାଁ ମହାବିଦ୍ୟାଳୟରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଦର୍ଶନଶାସ୍ତ୍ର ବିଭାଗର ଜଣେ ମେଧାବୀ ଛାତ୍ରୀ।ଆଜି ତୃତୀୟ ସେମିଷ୍ଟାର ଇଂରାଜୀ ପରୀକ୍ଷା ଥିବାରୁ ସସ୍ମିତା ବାଳିକା କମନ ରୁମରେ ଅପେକ୍ଷା କରି ବସିଥିବା ବେଳେ ହଠାତ୍ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ।ସଙ୍ଗେ ସଙ୍ଗେ ସହ ପାଠିନି ଏବଂ ମହାବିଦ୍ୟାଳୟର କର୍ମଚାରୀଙ୍କ ସହାୟତାରେ ସସ୍ମିତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଖବରପାଇ ପରିବାରବର୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ।ମାତ୍ର ଅବସ୍ଥା ଗୁରୁତର ଥିବାରୁ ସସ୍ମିତାକୁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।ତେବେ ଚିକିତ୍ସାଧୀନ ଅବସ୍ଥାରେ ସସ୍ମିତା ମୃତ୍ୟୁ ବରଣ କରିଥିବା ପରିବାର ପକ୍ଷରୁ କହିଛନ୍ତି।ଶବ ବ୍ୟବଚ୍ଛେଦ ପରେ ସସ୍ମିତାଙ୍କ ମର ଶରୀର ପରିବାରକୁ ହସ୍ତାନ୍ତର କରାଯିବା ନେଇ ଜଣାପଡ଼ିଛି।ମେଧାବୀ ଛାତ୍ରୀଙ୍କ ଅକାଳ ବିୟୋଗରେ ସହ ପାଠିନି ମାନେ ଭାଙ୍ଗି ପଡ଼ିଥିବା ବେଳେ ଗ୍ରାମରେ ଶୋକାକୁଳ ପରିସ୍ଥିତି ଦେଖାଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)