ଓଡିଶା ପୋଲିସଙ୍କ ପାଇଁ ଖୁସି, ଯବାନଙ୍କ ଭତ୍ତା ବଢ଼ାଇଲେ କଲେ ମୋହନ ସରକାର

ଅକ୍ଷର ବ୍ୟୁରୋ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଏସଓଜି ଯବାନଙ୍କ ସ୍ବତନ୍ତ୍ର ଭତ୍ତା ବଢ଼ାଇଲେ ରାଜ୍ୟ ସରକାର । ବିଭିନ୍ନ ଅପରେସନରେ ଯାଉଥିବା ଏସଓଜି ଯବାନଙ୍କ ସ୍ବତନ୍ତ୍ର ଭତ୍ତାକୁ ୮ହଜାରରୁ ୨୫ ହଜାର ଟଙ୍କା ବଢେଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଓଡ଼ିଶା ପୁଲିସର ଏସଓଜି ଯବାନଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଛତିଶଗଡ଼ରେ ସୁରକ୍ଷାବାହିନୀଙ୍କ ମିଳିତ ଅପରେସନରେ ୧୪ଜଣ ମାଓବାଦୀ ନିହତ ହୋଇଛନ୍ତି । ଏଥିରେ ଯବାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ କହିବା ସହ ସେମାନଙ୍କ ପାଇଁ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)