କଲେଜ ଛାତ୍ରଙ୍କ ଛୁରା ମାଡ଼ରେ ୨ ଅଣଛାତ୍ର ଗୁରୁତର, ପୋଲିସ ତଦନ୍ତ ଜାରି

ଅକ୍ଷର ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ଆର ସି ଏମ  କଲେଜ ସଂଲଗ୍ନ ପଡିଆ ରେ ଛାତ୍ର ଓ ଦୁଇ ଅଣ ଛାତ୍ର ଙ୍କ ମଧ୍ୟରେ ଘଟିଥିବା ଛୁରୀ ମାଡ ଘଟଣା ରେ ଦୁଇ ଅଣ ଛାତ୍ର ଗୁରୁତର ହୋଇ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଥିବା ଜଣାପଡିଛି |ପୋଲିସ ସୂତ୍ର ରୁ ମିଳିଥିବା ସୂଚ୍ଚନା ଅନୁଯାଇ କୌଣସି କରଣ କୁ ନେଇ ଉଭୟ କଲେଜ ଛାତ୍ର ଓ ଦୁଇ ଅଣ ଛାତ୍ର  ଙ୍କ ମଧ୍ୟରେ ରେ ଶତ୍ରୁତା ର ସୂତ୍ରପାତ ହୋଇ ଥିଲା |ହଠାତ ବୁଧବାର ଦିନ ଅର ସି ଏମ କଲେଜ ନିକଟସ୍ଥ ଖେଳ ପଡିଆ ରେ ଉଭୟ ଗୋଷ୍ଟି ଙ୍କ ମଧ୍ୟରେ ରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା |ଫଳରେ ଆର ସି ଏମ କଲେଜ ର  ଜଣେ +3 ବାଣିଜ୍ୟ ପଢ଼ୁଥିବା କଲେଜ ଛାତ୍ର ଙ୍କ  ଆକ୍ରମଣ ରେ ଦୁଇ ତିନି ଜଣ  ଅଣ ଛାତ୍ର ଗୁରୁତର ଆହତ ହୋଇଥିବା ଜଣାପଡିଛି | ଆହତ ଅଣ ଛାତ୍ର ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଧି ନୂଆପଲ୍ଲୀ ଗ୍ରାମର ରାଜା ଗୌଡ଼ 19 ଓ ତୋଟା ଗାଁ ର ବିଜୟ ନାୟକ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିଛା ପାଇଁ ଭର୍ତ୍ତି ହୋଇଥିଲେ |ରାଜା ଗୌଡ଼ ଙ୍କ ଅବସ୍ଥା ଖରାପ ହେବା ଫଳରେ ତାଙ୍କୁ ବ୍ରହ୍ମପୁର ଏମ କେ ସି ଜି କୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ଖଲ୍ଲିକୋଟ ମେଡିକାଲ କୁ ଆସି ନଥିବା ଜଣାପଡିଛି | ତେବେ ଖଲ୍ଲିକୋଟ ପୋଲିସ ଅଧିକାରୀ ରମେଶ ପ୍ରଧାନ ଆର ସି ଏମ କ୍ୟାମ୍ପସ ରେ ପହଂଚି କଲେଜ ଅଧକ୍ଷ ଡ଼ଃ. ସୁରେନ୍ଦ୍ରନାଥ ସ୍ୱାଇଁ ଙ୍କ ଓ କଲେଜ ଛାତ୍ର ଙ୍କ ସହ ଆଲୋଚନା ଚଳାଇଥିବା ବେଳେ ଖଲ୍ଲିକୋଟ ଥାନା ରେ ଏ ନେଇ ଏକ ଏତେଲା ଖଲ୍ଲିକୋଟ ଥାନା ରେ ଦଖଲ ହୋଇଥିବା ପୋଲିସ ସୂତ୍ର ରୁ ଜଣା ପଡିଛି |ଛୁରୀ ମାଡ଼ ର ଘଟଣା ର କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)