ଅକ୍ଷର ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂତନ ଗୁରୁଣ୍ଠି ଗ୍ରାମରେ ଏକ ଯୌତୁକ ନିର୍ଯ୍ୟାତନା ଜନିତ ବଧୂ ହତ୍ୟା, ମୃତ ବଧୂଙ୍କ ବାପ ଘର ପରିବାର ଆଣିଲେ ହତ୍ୟା ଅଭିଯୋଗ । ଦୀର୍ଘ 8 ଘଣ୍ଟା ଧରି ଶ୍ୱଶୁର ଘରେ ପଡ଼ି ରହିଲା ଶବ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ 2019 ମସିହାରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂତନ ଗୁରୁଣ୍ଠି ଗ୍ରାମର ନବୀନ ସାହୁଙ୍କ ପୁଅ ଭାଗ୍ୟଧର ସାହୁଙ୍କୁ ରମ୍ଭା ଥାନା ସୁବଳୟା ଗ୍ରାମର ନାରାୟଣ କୋଚିଆରୀଙ୍କ ଝିଅ ଆରତୀକୁ ବିବାହ ବର ପିତାଙ୍କ ବାସଭବନରେ ହିନ୍ଦୁ ନିତି ଅନୁଯାଇ ଅନୁଷ୍ଠିତ ହୋଇଥିଲା ।ଆରତୀଙ୍କ ବାପା ଜଣେ ଦିନ ମଜୁରିଆ ଓ ମା ବିଦ୍ୟାଳୟରେ ସହାୟିକା ଭାବେ କାମ କରୁଥିଲେ ମଧ୍ୟ ବର ପକ୍ଷଙ୍କ ଦାବି ମୁତାବକ ଆବଶ୍ୟକ ଯୌତୁକ ପ୍ରଦାନ କରିଥିଲେ | ତେବେ ଆରତୀଙ୍କ ସ୍ୱାମୀ ଓଡିଶା ବାହାରେ ମିଲିଟାରୀ ଚାକିରୀ କରୁଥିଲେ । ତେବେ ବିବାହର କିଛି ଦିନ ପରେ ମୃତା ଆରତୀଙ୍କ ଶାଶୁ ଶ୍ୱଶୁର ଓ ନଣଦ ପ୍ରମୁଖ ଅଧିକ ଯୌତୁକ ପାଇଁ ଦାବି କରି ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିଲେ । ତେବେ ଗତକାଲି ରାତିରେ ଆରତୀଙ୍କ ମୃତ୍ୟୁ ଖବର ପାଇଁ ଆରତୀର ବାପା ଓ ମାଆ ସଂଯୁକ୍ତା ପହଂଚି ଆରତୀର ମର ଶରୀର ପଡ଼ି ରହିଥିବା ଦେଖି ବିସ୍ମିତ ହୋଇ ପଡ଼ିଥିଲେ |ପରେ ଆରତୀର ମା ସଂଯୁକ୍ତା ଖଲ୍ଲିକୋଟ ଥାନାରେ ଏତଲା ଦେବା ପରେ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ ପ୍ରଧାନ ପହଂଚି ମୃତ ଶରୀରକୁ ଯାଞ୍ଚ କରି ଥାନା କେସ ନମ୍ବର 121/ 25 ରେ ମାମଲା ରୁଜ୍ଜୁ କରି ଥିଲେ |ତେବେ ମୃତ ଆରତୀର ପରିବାର ସଦସ୍ୟ ମାନେ ନ୍ୟାୟ ଦାବି କରି ଆରତୀର ଶବକୁ ଅଟକ କରି ରଖିଥିଲେ ।ମୃତ ଆରତୀର ଶବ ଶ୍ୱଶୁର ଘରେ ଦୀର୍ଘ ଆଠ ଘଣ୍ଟା ପଡ଼ି ରହିବା ପରେ ପୋଲିସର ବୁଝା ସୁଝା ପରେ ପୋଲିସ ଶବକୁ ଜବତ କରି ବ୍ରହ୍ମପୁର ଏମ କେ ସି ଜି କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ଆରତୀର ଶାଶୁ ଶ୍ୱଶୁର ଫେରାର ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆରତୀର ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ |
ଯୌତୁକ ନିର୍ଯ୍ୟାତନା ଜନିତ ବଧୂ ହତ୍ୟା, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ













Leave a Reply