ସାଲେପୁର ସହରରେ ୭ହଜାରରୁ ଉର୍ଦ୍ଧ ମିଟରକୁ ଖରାପ ଦର୍ଶାଇ ଏହା ଜାଗାରେ ପୁଣି ନୂତନ ମିଟର ଲଗାଇବା କମ୍ପାନୀର ଏକ ଚକ୍ରାନ୍ତ

ନୂତନ ମିଟରରେ ୩ଗୁଣା ଅଧିକ ବିଲ ଉଠୁଥିବା ଅଭିଯୋଗ

ଅକ୍ଷର ବ୍ୟୁରୋ : ପୁରୁଣା ଡିଜିଟାଲ ମିଟରକୁ ତ୍ରୁଟିଯୁକ୍ତ ଦର୍ଶାଇ ତା ଜାଗାରେ ୭ହଜାରରୁ ଉର୍ଦ୍ଧ ଟଙ୍କା ଦେଇ ଜୋର ଜବରଦସ୍ତ ନୂତନ ଡିଜିଟାଲ ମିଟର ଲଗାଇବାକୁ ବିରୋଧ କରି ଏବଂ ଟାଟା ପାୱାରର ସାଧାରାଣ ଉପଭୋକ୍ତାଙ୍କ ଉପରେ ବିଭିନ୍ନ ଜୁଲମକୁ ବିରୋଧ କରି ସାଧାରାଣ ବିଦ୍ୟୁତ ଉପଭୋକ୍ତା ଆଜି ବହୁ ସଂଖ୍ୟାରେ ସାଲେପୁର ବିଦ୍ୟୁତ ଡିଭିଜନ ଅଫିସରେ କାର୍ଯ୍ୟବନ୍ଦ କରାଇବା ସହ ମୁଖ୍ୟ ଫାଟକ ଆଗରେ ବହୁ ସମୟ ନିଆଁ ଜାଳି ଏହାର ବିରୋଧ ପ୍ରଦର୍ଶନ କରି ବିକ୍ଷୋଭ କରିଥିଲେ। ସାଲେପୁର ସହରରେ ଏକା ସାଙ୍ଗରେ ୭ହଜାରରୁ ଉର୍ଦ୍ଧ ମିଟରକୁ ଖରାପ ଦର୍ଶାଇ ଏହା ଜାଗାରେ ପୁଣି ନୂତନ ମିଟର ଲଗାଇବା କମ୍ପାନୀର ଏକ ଚକ୍ରାନ୍ତ ଏବଂ ନୂତନ ମିଟରରେ ୩ଗୁଣା ଅଧିକ ବିଲ ଉଠୁଥିବା ଅଭିଯୋଗ କରିଛନ୍ତି ଗ୍ରାହକ। ତେବେ ଏତେ ସଂଖ୍ୟାରେ ମିଟର ଗୋଟିଏ ସିରିଜର ହୋଇଥିବା ବିଦ୍ୟୁତ ଉପଖଣ୍ଡ ଅଧିକାରୀ କହିଛନ୍ତି। ତେବେ ଏତେ ସଂଖ୍ୟାରେ କିଭଳି ତାହା ଖରାପ ହେଲା ତାର ଉତ୍ତର ରଖିପାରିନାହାନ୍ତି ସେ। ସାଧାରାଣ ଲୋକଙ୍କ ସମସ୍ୟା ବିଷୟରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି। ଖୁବ ଶୀଘ୍ର ସମାଧାନର ବାଟ ବାହାରିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)