ଗଞ୍ଜାମ: ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଟୋକାଗଣ୍ଡା ବିଟ ଅଧିନ ଜାନକୀପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର। ଗୁରୁତର ଜଣକ ହେଲେ ସୁଦୁରୁ ନାଇକ (୬୦)।ଗାଁ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ହଟାତ ଏକ ହାତୀ ସୁଦୁରଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା । ହାତୀ ଆକ୍ରମଣରୁ ବର୍ତ୍ତିବା ପାଇଁ ପୋଖରୀକୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି ।ପାଟି ଶୁଣି ସ୍ଥାନୀୟ ଲୋକେ ସୁଦୂରୁ ଙ୍କୁ ଉଦ୍ଧାର କରିଥିଲେ।ଗୁରୁତର ଅବସ୍ଥାରେ ପରିବାର ଲୋକେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ବନ ବିଭାଗ କର୍ମଚାରୀ ପହଞ୍ଚି ଅନୁଧ୍ୟାନ କରି ଫେରିଛି ।
ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ପୋଖରୀକୁ ଡେଇଁ ବୃଦ୍ଧ ଗୁରୁତର












Leave a Reply