କଳିଙ୍ଗ ଷ୍ଟାଡିୟମରେ ୨୪ତମ ଜାତୀୟ ପାରା-ଆଥଲେଟିକ୍ସ ଚାମ୍ପିୟନସିପ୍ ଉଦଯାପିତ; ଓଡ଼ିଆ ପାରା-ଆଥଲେଟ୍ ଙ୍କୁ ୧୨ ପଦକ ।

ଅକ୍ଷର ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମରେ ଉଦଯାପିତ ହୋଇଯାଇଛି ୨୪ତମ ଜାତୀୟ ପାରା-ଆଥଲେଟିକ୍ସ ଚାମ୍ପିୟନସିପ୍ । ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବିଜେତା ଆଥଲେଟଙ୍କୁ ସମ୍ମାନିତ କରିଥିଲେ । ଚାମ୍ପିୟନସିପରେ ୨୮ ରାଜ୍ୟର ୧୪ଶହରୁ ଅଧିକ ପାରା-ଆଥଲେଟ୍ ଅଂଶଗ୍ରହଣ କରିଥିବାବେଳେ ୯୫ଟି ମେଡାଲ୍ ସହିତ ଚାମ୍ପିୟନ୍ ହୋଇଛି ହରିୟାଣା । ସେହିଭଳି ରନର୍ସଅପ୍ ତାମିଲନାଡ଼ୁକୁ ମିଳିଛି ୫୧ ପଦକ । ଓଡ଼ିଆ ପାରା-ଆଥଲେଟ୍ ମାନେ ୧୨ ପଦକ ହାସଲ କରିଛନ୍ତି । ଏହି ଅବସରରେ ସମସ୍ତଙ୍କୁ ପରିଶ୍ରମ ଅବ୍ୟାହତ ରଖିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୮ର ଆୟୋଜନକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଏହି ବିଶ୍ୱ ପ୍ରତିଯୋଗିତାକୁ ସ୍ମରଣୀୟ କରି ଆୟୋଜନ କରିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)