କୋଟିଆରେ ହେବ ରଥଯାତ୍ର, ପ୍ରଥମଥର ପାଇଁ ରଥଯାତ୍ରାରେ ସାମିଲ ହେବେ ରାଜସ୍ୱ ମନ୍ତ୍ରୀ: ସୁରେଶ ପୂଜାରୀ ।

ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । କୋଟିଆରେ ରଥ ଟାଣିବେ ରାଜସ୍ୱ ମନ୍ତ୍ରୀ । ପ୍ରଥମ ଥର ପାଇଁ କୋଟିଆ ରଥଯାତ୍ରାରେ ସାମିଲ ହେବେ ରାଜସ୍ୱ ମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ । ଏଥର ମନ୍ତ୍ରୀଙ୍କୁ ରଥଯାତ୍ରାରେ ସାମିଲ ହେବାକୁ କୋଟିଆବାସୀଙ୍କ ଅନୁରୋଧ ଆସିଥିଲା । ତାହାକୁ ବିଚାର କରି କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଉଛି । ରାଜସ୍ୱ ମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ କୋଟିଆ ଯାଇ ରଥଯାତ୍ରାରେ ସାମିଲ ହେବେ । ଆସନ୍ତାକାଲି ସୁଦ୍ଧା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ । ପୁରୀ ରଥଯାତ୍ରା ପରଦିନ କୋଟିଆରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ।

ତେବେ କୋଟିଆ ବିବାଦର ସମାଧାନ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । କମିଟିର ପ୍ରଥମ ବୈଠକ ମଧ୍ୟ ଶେଷ ହୋଇଛି । ରଥଯାତ୍ରାରେ ମନ୍ତ୍ରୀ କୋଟିଆ ଯାଉଥିବା ବେଳେ ସେନେଇ ସମୀକ୍ଷା କରିପାରନ୍ତି । କୋଟିଆ ଏବେ ରାଜ୍ୟ ସରକାରଙ୍କ ଟେନସନ୍ ବଢ଼ାଇଛି । ସବୁ ଯୋଜନାର ଲୋଭ ଦେଖାଇ ଆନ୍ଧ୍ର ନଜର ପକାଇଛି । ତେଣୁ କୋଟିଆକୁ ନେଇ ସରକାର ୧୬ ଜଣିଆ କମିଟି ଗଠନ କରିଥିଲେ । ଜୁନ ୩ ତାରିଖରେ କୋଟିଆ କମିଟିର ପ୍ରଥମ ବୈଠକ ବସିଥିଲା । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟି ଏକାଠି ବସି ଆଲୋଚନା କରିଥିଲେ । କୋଟିଆରେ ଆନ୍ଧ୍ରର ଲୋଭନୀୟ ସ୍କିମ ଗୁଡ଼ିକୁ ମାତ୍‌ ଦେବାକୁ ସ୍ୱତନ୍ତ୍ର ଖସଡ଼ା କରିଛନ୍ତି ରାଜ୍ୟ ସରକାର । ଲୋକଙ୍କ ଭାବାବେଗକୁ ବୁଝି ଲୋକଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଗୃହ କମିଟି ବାସ୍ତବରେ କୋଟିଆ ସମସ୍ୟାର ସମାଧାନ କେତେ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)