ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଜରଡାରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁଇ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ୪ଲକ୍ଷ ଟଙ୍କା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲର ରାହୁଲ ନାଏକ ଏବଂ ପିତା ପଞ୍ଚ ନାଏକଙ୍କର ପ୍ରାଣହାନି ଘଟିଥିବା ଖବର ଜାଣି ଗଭୀର ଶୋକ ପ୍ରକାଶ କରୁଛି । ଏହସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
ଦିଗପହଣ୍ଡି ମର୍ମନ୍ତୁଦ ଦୁର୍ଘଟଣାରେ ୨ବାଇକ ଆରୋହୀଙ୍କ ମୃତ୍ୟୁ; ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।












Leave a Reply