ଅକ୍ଷର ବ୍ୟୁରୋ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବାର୍ଷିକ ପରୀକ୍ଷା ୨୦୨୬ ଫେବ୍ରୁଆରି ୧୮ ତାରିଖ ଠାରୁ ଆରମ୍ଭ ହେବ । ଏହି ପରୀକ୍ଷା ମାର୍ଚ୍ଚ ୨୧ ତାରିଖରେ ଶେଷ ହେବ । ପରୀକ୍ଷା ଆରମ୍ଭ ହେବା ଠାରୁ ଶେଷ ହେବା ପାଇଁ ୨୨ ଦିନ ଲାଗିବ । ସୂଚୀ ଅନୁସାରେ ବାର୍ଷିକ ପରୀକ୍ଷା ସକାଳ ୧୦ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଜାରି ରହିବ । ଏନେଇ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି ସିଏଚଏସଇଇ ଅଧ୍ୟକ୍ଷ । ପରୀକ୍ଷାକୁ ସ୍ୱଚ୍ଛତାର ସହିତ କରିବା ପାଇଁ ଦୁଇ ୟୁନିଟରେ ସ୍କ୍ୱାଡ କାମ କରିବେ । ସମସ୍ତ ୨୧୦ଟି ହବରେ ଏଆଇ କ୍ୟାମେରା ରହିବ । ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ୧୦ଟାରେ ସରିବ । ଡିସେମ୍ବର ୧୫ ସୁଦ୍ଧା ଆଡମିଟ କାର୍ଡ ପ୍ରଦାନ କରାଯିବ । ମୋଟ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷା ଦେବେ । ମୋଟ ୧୩୫୦ଟି କେନ୍ଦ୍ରରେ ହେବ ପରୀକ୍ଷା । ଜାନୁଆରୀ ୨ରୁ ୧୫ ମଧ୍ୟରେ ହେବ ପ୍ରାକ୍ଟିକାଲ ପରୀକ୍ଷା । ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାରେ ୱେବ କାଷ୍ଟ ବ୍ୟବସ୍ଥା ହେବ । ୪୦ ଦିନରେ ରେଜଲ୍ଟ ବାହାରିବ । କପି ରୋକିବାକୁ ଏଆଇ ସହାୟତା ନିଆଯିବ ।
ଫେବ୍ରୁଆରି ୧୮ରେ +୨ ପରୀକ୍ଷା; ଜାନୁଆରୀ ୨ରୁ ୧୫ ମଧ୍ୟରେ ହେବ ପ୍ରାକ୍ଟିକାଲ ପରୀକ୍ଷା ।












Leave a Reply