ଆଜିଠାରୁ ଆରମ୍ଭ ଯୁକ୍ତ ଦୁଇ ଖାତାଦେଖା; ମେ ୧୫ ସୁଦ୍ଧା ବାହାରିବ ପରୀକ୍ଷାଫଳ

ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଖାତାଦେଖା। ଖାତା ଦେଖିବାକୁ CHSE ବୋର୍ଡ ପକ୍ଷରୁ ପରୀକ୍ଷା ଖାତା ଦେଖିବା ପାଇଁ ବଢ଼ିିଛି ମୂଲ୍ୟାଙ୍କନ କେନ୍ଦ୍ରସଂଖ୍ୟା । ଅତ୍ୟଧିକ ଖରା ଯୋଗୁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ଆସୁ ନ ଥିବାରୁ ଖାତା ଦେଖା କେନ୍ଦ୍ର ବଢାଯାଇଛି । ଯେଉଁ ଜିଲ୍ଲାରେ କେନ୍ଦ୍ର ନଥିଲା ସେଠି ନୂଆକରି ଖୋଲାଯାଇଛି କେନ୍ଦ୍ର । ଉଭୟ ଅନଲାଇନ ଓ ଅଫଲାଇନ ପରୀକ୍ଷା ଖାତା ଦେଖା କେନ୍ଦ୍ର ସଂଖ୍ୟା ବଢାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତା ଦେଖା ପାଇଁ ନିଯୁକ୍ତ କରାଯାଇଛି । ଏକଜାମିନରଙ୍କ ସୁବିଧା ଦୃଷ୍ଟିରୁ ସେମାନଙ୍କୁ ନିଜ ଜିଲ୍ଲାରେ ହୋଇଥିବା ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି । ୩୫, ୪୦ ଓ ୫୦ ମାର୍କ ଥିବା ବିଷୟ ଗୁଡିକ ପାଇଁ ୩୦ଟି ଖାତା ୫ ଘଣ୍ଟାରେ ଦେଖାଯାଇପାରିବ । ସେହିପରି ୭୦ ଓ ୮୦ ମାର୍କ ଥିବା ବିଷୟ ପାଇଁ ୫ ଘଣ୍ଟାରେ ୨୦ ଟି ଖାତା ଦେଖିପାରିବେ । ତେବେ ମେ ୧୫ ତାରିଖ ସୁଦ୍ଧା ପରୀକ୍ଷାଫଳ ବାହାରିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)