କେନ୍ଦ୍ରାପଡାରୁ ଦେଶାନ୍ତର ହେଲେ ୩ ବାଂଲାଦେଶୀ; ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀ ଯାଞ୍ଚ ଅଭିଯାନ ବେଳେ ଚିହ୍ନଟ ।

ଅକ୍ଷର ବ୍ୟୁରୋ: କେନ୍ଦ୍ରାପଡାରୁ ଦେଶାନ୍ତର ହେଲେ ୩ ବାଂଲାଦେଶୀ । ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀ ଯାଞ୍ଚ ଅଭିଯାନ ବେଳେ ଏହି ୩ ଜଣ ଚିହ୍ନଟ ହୋଇଥିଲେ । ୬୫ ବର୍ଷୀୟ ମୁମତାଜ ଖାନ, ୫୯ ବର୍ଷୀୟ ଇନସାନ ଖାନ ଓ ୭୦ ବର୍ଷୀୟା ଅମିନା ବିବି । ସମ୍ପର୍କରେ ଏମାନେ ଦୁଇ ଭାଇ ଓ ଭଉଣୀ ବୋଲି ଜଣାପଡିଛି । ୧୯୮୭ ମସିହା ପୂର୍ବରୁ ଏହି ପରିବାରର ୫ ଜଣ ସଦସ୍ୟ ଭାରତକୁ ଅନୁପ୍ରବେଶ କରିଥିଲେ । ସେମାନେ କେନ୍ଦ୍ରାପଡାରେ ସ୍ଥାୟୀ ଭାବେ ରହୁଥିଲେ । ୫ ଜଣଙ୍କ ମଧ୍ୟରୁ ୩ ଭାଇ ଭାଉଣୀଙ୍କୁ ଦେଶାନ୍ତର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

୩ ଦେଶାନ୍ତରଙ୍କ ମଧ୍ୟରୁ ଦୁଇଭାଇ ମୁମତାଜ ଖାନ ଓ ଇନସାନ ଖାନ ସଦର ଥାନା ଅନ୍ତର୍ଗତ କପାଳେଶ୍ୱର୍ ପଂଚାୟତର ଗରାପୁର୍ ବସ୍ତିରେ ରହୁଥିବା ବେଳେ ଭଉଣୀ ଅମିନା ବିବି ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଅରୁଣ ନଗରରେ ରହୁଥିଲେ । ତେବେ ଏହି ଦେଶାନ୍ତର ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳି ନାହିଁ । ଏହି ୩ ଅନୁପ୍ରବେଶକାରୀଙ୍କୁ ପ୍ରଥମେ ଭୁବନେଶ୍ବର ପରେ ଦିଲ୍ଲୀ ସ୍ଥିତ କେନ୍ଦ୍ର ସରକାରଙ୍କ ଅସ୍ଥାୟୀ ଡିଟେନସନ଼ ସେଣ୍ଟରକୁ ପାଠାଯାଇଥିଲା । ଆବଶ୍ୟକୀୟ ଯାଞ୍ଚ ପରେ ସେମାନଙ୍କୁ ସୀମା ସୁରକ୍ଷା ବାହିନୀଙ୍କୁ ହସ୍ତାନ୍ତର କରାଯାଇଛି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଡିଜିଙ୍କୁ ନିର୍ଦ୍ଦେଶ ଆସିଥିଲା । ଗତ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ ବେଳେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେବେଠାରୁ ଆରମ୍ଭ ହୋଇଥିଲା ଯାଞ୍ଚ ପ୍ରକ୍ରିୟା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)