ଅକ୍ଷର ବ୍ୟୁରୋ: ବୈତରଣୀ ନଦୀ ଟାପୁରେ ଫସି ରହିଛନ୍ତି ୩୦ ଟିକିଆ ହାତୀପଲ । ପାଟଣା ରେଞ୍ଜ ଖିରେଇ ଟାଙ୍ଗିରୀ ସେକ୍ସନ ୩ ଧାରିଆ ନିକଟରେ ହାତୀଗୁଡ଼ିକ ନଦୀ ମଧ୍ୟରେ ଅଟକି ରହିଛନ୍ତି । ହାତୀପଲଙ୍କୁ ଦେଖିବାକୁ ଉଭୟ ପାର୍ଶ୍ୱରେ ଲୋକ ଜମା ହୋଇ ରହିଥିବା ବେଳେ ଭିଡ଼ ଯୋଗୁ ହାତୀପଲ ଯାଇପାରୁନାହାଁନ୍ତି । ହାତୀପଲ ଉପରେ ନଜର ରଖିଛନ୍ତି ବନ ବିଭାଗ କର୍ମଚାରୀ । ସୂଚନା ଥାଉକି, ବୈତରଣୀ ନଦୀ ପାରହେଉଥିବା ସମୟରେ ଟାପୁରେ ଅଟକି ରହିଛନ୍ତି ୩୦ ହାତୀପଲ ।
କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇ ଟାଙ୍ଗିରୀ ସେକ୍ସନ ତୁରୁମୁଙ୍ଗା ନିକଟ ୩ ଧାରିଆ ନିକଟରେ ହାତୀପଲ ନଦୀପାର ହୋଇ ଯାଉଥିବା ସମୟରେ ଶୁକ୍ରବାର ରାତି ଠାରୁ ଟାପୁରେ ଅଟକି ରହିଛନ୍ତି । ବିଳମ୍ବିତ ରାତିରେ ହାତୀପଲ ଡୁମୁରିଗୁଡା ନିକଟରେ ୪୯ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ବୈତରଣୀ ନଦୀ ପାର ହୋଇ ମୟୁରଭଞ୍ଜ ଜିଲ୍ଲା ପଟକୁ ଯାଉଥିବା ସମୟରେ ନଦୀ ମଝିରେ ଥିବା ଏକ ଟାପୁରେ ଅଟକି ରହିଛନ୍ତି । ସେପଟେ ଉଭୟ ପାର୍ଶ୍ଵରେ ଲୋକଙ୍କ ଭିଡ଼ ଯୋଗୁଁ ହାତୀପଲ ଅଟକି ରହିଥିବା ଦେଖିବାକୁ ମିଳିଛି। ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ କଡା ନଜର ରଖିଛି । ଏମିତିକି ୭ ଘଣ୍ଟା ଧରି ଭୋକ ଉପାସରେ ରହିଥିବା ହାତୀପଲଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଛି ବନ ବିଭାଗ । ହାତୀଙ୍କୁ ବରଡାଳ ସହ ବୋଇତାଳୁ ଓ କଦଳୀ ଦିଆଯାଉଛି ।












Leave a Reply