ରାଜ୍ୟ କ୍ୟାବିନେଟନ୍‌ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ।

ଗତକାଲି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏହି ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ଅନୁମୋଦନ ଦେଇଛନ୍ତି। ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ କହିଛନ୍ତି, ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗରେ ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନା ପାଇଁ ୬ହଜାର ଶହେ କୋଟି ଅନୁମୋଦିତ କରାଯାଇଛି।

ସହରର ଭିତ୍ତିଭୂମି ଉନ୍ନତି ହେବା ସହ ନିଯୁକ୍ତି ସୃଷ୍ଟି ହେବ। ଜୈବ ପ୍ରଯୁକ୍ତି ବିଜ୍ଞାନର ବିକାଶ ଯୋଜନାକୁ ମଞ୍ଜୁରୀ ମିଳିଛି। ଏଥିରେ ୫ବର୍ଷ ପାଇଁ ୧୧୧୩ କୋଟି ଟଙ୍କା ଖର୍ଚ୍ଚ ହେବାକୁ ବ୍ୟୟ ବରାଦ କରାଯାଇଛି। ସେହିପରି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ Narcotics Control Bureau ଚନ୍ଦ୍ରଶେଖରପୁରଠାରେ ଆବଣ୍ଟିତ ଅତିରିକ୍ତ ସରକାରୀ ଜମି ଏ.୦.୬୪୪ଡି.ର ଅଧୂମୂଲ୍ୟ ବାବଦକୁ ଟ.୨,୬୦,୮୨,୦୦୦/(ଦୁଇ କୋଟି ଷାଠିଏ ଲକ୍ଷ ବୟାଅଶୀ ହଜାର) ଛାଡ଼ କରିବା ନିମନ୍ତେ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ସେହିପରି ଛେଳିଗଡ଼ ଜଳ ସେଚନ ପ୍ରକଳ୍ପର କଂକ୍ରିଟ ଡ୍ୟାମ ଏବଂ ସିଙ୍ଗିଲ ୱେ ନିର୍ମାଣ କରାଯିବ। ଏନେଇ ୧୫୧ କୋଟି ଟଙ୍କା ଖର୍ଚ୍ଚ ହେବ। ୬୨୬୦ ହେକ୍ଟର ଜମିରେ ଜଳସେଚନ କରାଯିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଲୋକସେବା ଭବନ ତୃତୀୟ ମହଲାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)