ବକେୟା ଇ-ଚାଲାଣରେ ୫୦ ପ୍ରତିଶତ ରିହାତି; ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ନୂତନ ବିଜ୍ଞପ୍ତି ଜାରି ।

ଅକ୍ଷର ବ୍ୟୁରୋ: ବକେୟା ଇ-ଚାଲାଣରେ ୫୦ ପ୍ରତିଶତ ରିହାତି । ଟ୍ରାଫିକ୍ ଜରିମାନା ଉପରେ ଅଧା ରିହାତି ଦେବେ ସରକାର । ରାଜ୍ୟରେ ବକେୟା ଥିବା ଟ୍ରାଫିକ୍ ଚାଲାଣଗୁଡ଼ିକର ସମାଧାନ ସହିତ ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି । ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ଆଗାମୀ ଜାତୀୟ ଲୋକ ଅଦାଲତରେ ପୁରୁଣା ଇ-ଚାଲାଣ ଏବଂ ଟ୍ରାଫିକ୍ ଜରିମାନା ଉପରେ ବ୍ୟାପକ ରିହାତି ପ୍ରଦାନ କରାଯିବ । ଦୀର୍ଘ ଦିନ ଧରି ଅଦାଲତରେ ପଡ଼ି ରହିଥିବା ହଜାର ହଜାର ମାମଲାର ସମାଧାନ କରିବା ସହ ବିଚାର ବିଭାଗୀୟ ବୋଝ ହ୍ରାସ କରିବା ଲକ୍ଷ୍ୟରେ ସରକାର ଏହି ୱାନ୍ ଟାଇମ୍ ସେଟେଲମେଣ୍ଟ ଯୋଜନା ପ୍ରଣୟନ କରିଛନ୍ତି । ଏହି ନିର୍ଦ୍ଦେଶନାମା ଅନୁଯାୟୀ, ବିଭିନ୍ନ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିମାନେ ସ୍ୱଳ୍ପ ଜରିମାନା ଦେଇ ନିଜର ମାମଲାକୁ ସବୁଦିନ ପାଇଁ ରଫାଦଫା କରିପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁମାନେ ଏହି ଲୋକ ଅଦାଲତ ମାଧ୍ୟମରେ ଜରିମାନା ପୈଠ କରିବେ, ସେମାନଙ୍କ ବିରୋଧରେ କୌଣସି ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)