କଟକରେ କାଳୀ ମେଢ ଭସାଣି ପାଇଁ ୬୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ।

ଅକ୍ଷର ବ୍ୟୁରୋ: କଟକରେ କାଳୀ ମେଢ ଭସାଣି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ସହରରେ ମୁତୟନ ହୋଇଛନ୍ତି ୬୪ ପ୍ଲାଟୁନ ପୋଲିସ ଫୋର୍ସ । ୪୦୦ ପୋଲିସ ଅଧିକାରୀ ସଜାଗ ଅଛନ୍ତି । ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ବିଶେଷ ବନ୍ଦୋବସ୍ତ କରିଛି କମିଶନରେଟ୍ ପୋଲିସ୍ । ତା’ପୂର୍ବରୁ ସହରରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ । ଗଳି କନ୍ଦିରେ ତନ୍ନତନ୍ନ କରି କରି ପଇଁତରା ମାରିଛନ୍ତି ସୁରକ୍ଷାକର୍ମୀ । ଗତକାଲି ରାତିରୁ ବିସର୍ଜନ ଆରମ୍ଭ ହୋଇଛି । କିଛି ମେଢ଼ ଦେବୀଗଡ଼ା କୃତ୍ରିମ ପୋଖରୀରେ ବିସର୍ଜନ କରାଯାଇଛି । ଆଜି ଭସାଣି ଶୋଭାଯାତ୍ରାରେ କଟକ ସହରର ୭୦ରୁ ଅଧିକ କାଳୀ ମେଢ଼ ସାମିଲ ହେବେ । ବିଶୃଙ୍ଖଳାକାରୀ, ଅପପ୍ରଚର କରୁଥିବା ଏବଂ ଗୁଜବ ସୃଷ୍ଟିକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ଦୁର୍ଗାପୂଜାର ଭୁଲ୍ ଯେପରି କାଳୀପୂଜାରେ ପୁନରାବୃତ୍ତି ନହୁଏ ସେଥିପ୍ରତି ସଜାଗ ରହିଛି ପୋଲିସ । ଦୁର୍ଗାପୂଜା ଭସାଣ ସମୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଯୋଗୁଁ ସବୁ ଦିଗ ପ୍ରତି ଧ୍ୟାନ ଦେଉଛି ପୋଲିସ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)