ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ସ୍ଥିତ ଜଟଣୀ ଥାନାରେ ୮ ଜଣ ଅଟକ । ଶୁକ୍ରବାର ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବାଲାଂଦେଶୀ ସନ୍ଦେହରେ ୮ ଜଣଙ୍କୁ ଅଟକ ରଖି ତନାଘନା ଚଳାଇଛି । ବିଶେଷ କରି ବିଭିନ୍ନ ସ୍ଥାନରେ ଚାଲିଥିବା ନିର୍ମାଣ ସ୍ଥଳରେ ପୁଲିସ ଚଢ଼ାଉ କରିଥିଲା । ସେଠାରେ କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକଙ୍କୁ ଧରି ଥାନାକୁ ଅଣାଯାଇଛି । ଅନ୍ୟ କେତେକ ସ୍ଥାନରେ ମଧ୍ୟ ପୁଲିସ ଚଢ଼ାଉ କରିଥିଲା । ସେମାନଙ୍କ ରେକର୍ଡ ପୁଲିସ ତନ୍ନ ତନ୍ନ କରି ଯାଞ୍ଚ କରୁଛି । ଜଟଣୀରେ ବେନିୟମ ଭାବେ ବାଂଲାଦେଶୀ ରହୁଥିବା ନେଇ ବିଭିନ୍ନ ସଂଗଠନ ପକ୍ଷରୁ କିଛିଦିନ ପୂର୍ବରୁ ଅଭିଯୋଗ ହୋଇଥିଲା । ଏପରିକି ନିର୍ମାଣ ଶ୍ରମିକ ଓ ଅନ୍ୟ କାର୍ଯ୍ୟ କରିବା ବାହାନାରେ ଆସି ସ୍ଥାନୀୟ ବାସିନ୍ଦା ପରିଚୟ ପତ୍ର ହାସଲ କରିବାରେ ସେମାନେ ସଫଳ ହୋଇଛନ୍ତି । ଏପରିକି ସ୍ଥାନୀୟ କେତେକ ଦଲାଲଙ୍କ ସହଯୋଗରେ ସରକାରୀ ଜମି ଜବରଦଖଲ କରି ସେଠାରେ ଘର ନିର୍ମାଣ କରି ବାସିନ୍ଦା ଭାବେ ରହୁଥିବା ଅଭିଯୋଗ ହୋଇଥିଲା । ଏପରିକି ବାଂଲାଦେଶୀଙ୍କ ସହିତ ସେମାନଙ୍କର କୌଣସି ସଂଯୋଗ ରହୁଛି କି ନାହିଁ ତା’ର ମଧ୍ୟ ତଦନ୍ତ କରାଯାଉଥିବା ପୁଲିସ କହିଛି । ସବୁଦିଗକୁ ଆଧାର କରି ପୁଲିସ ତନାଘନା ଚଳାଇଛି ।
ଜଟଣୀ ଥାନାରେ ୮ ଜଣ ଅଟକ; ବାଲାଂଦେଶୀ ସନ୍ଦେହରେ ଅଟକ ରଖି ତନାଘନା କରୁଛି ପୁଲିସ ।












Leave a Reply