ରଥଯାତ୍ରାର ଶୃଙ୍ଖଳିତ ସୁପରିଚାଳନା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ କମିଟି ଗଠନ ।

ଚଳିତ ବର୍ଷ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଶୃଙ୍ଖଳିତ ସୁପରିଚାଳନା ପାଇଁ ରାଜ୍ୟ ସରକାର ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ମନ୍ତ୍ରିସ୍ତରୀୟ କମିଟି। କମିଟିରେ ରହିଛନ୍ତି ବିଭିନ୍ନ ବିଭାଗର ଅନ୍ୟ ୪ ଜଣ ମନ୍ତ୍ରୀ। ଏହି ଉଚ୍ଚସ୍ତରୀୟ କମିଟିରେ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସଦସ୍ୟ ରହିଛନ୍ତି। ନବ ଗଠିତ ଏହି କମିଟିର ଆବାହକ ରହିବେ ଆଇନ ବିଭାଗ ପ୍ରମୁଖ ସଚିବ।

ଏ ସଂପର୍କରେ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କମିଟି ରଥଯାତ୍ରାର ସମସ୍ତ ପ୍ରସ୍ତୁତି ଏବଂ ତଦାରଖ ସହ ଆବଶ୍ୟକ ସ୍ଥଳେ ପରାମର୍ଶ ଦେବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ସରକାରୀ ସ୍ତରରେ ରଥଯାତ୍ରାର ପ୍ରତିଟି ପ୍ରକ୍ରିୟା ଉପରେ କମିଟି ନଜର ରଖିବା ସହିତ ଆବଶ୍ୟକ ପରାମର୍ଶ ପ୍ରଦାନ କରିବ । 

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାତ ଧୋଇବା, ସ୍ୱଚ୍ଛ ପିଇବା ପାଣି ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। କୋଭିଡକୁ ନେଇ ଏବେ ସାରା ଦେଶରେ ଭୟ ବଢିଥିବା ବେଳେ ଆମ ରାଜ୍ୟରେ ବି ଜଣକ ପରେ ଜଣେ ଆକ୍ରାନ୍ତ ହେଉଛନ୍ତି । ଯଦିଓ ସ୍ଥିତି ନିୟନ୍ତ୍ରଣରେ ଅଛି, ତେବେ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ। କୋଭିଡ୍ ଭଳି ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଥଣ୍ଡା, ଜ୍ୱର ଥିଲେ ରଥଯାତ୍ରାକୁ ଯାଆନ୍ତୁନି। ବୟସ୍କବ୍ୟକ୍ତି, ଗୁରୁତର ରୋଗୀ ରଥଯାତ୍ରାକୁ ନଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)