ରାଜଧାନୀ ଓଲଡ୍ ଟାଉନ୍ ସ୍ଥିତ ମାଉସୀ ମା’ ଛକରେ ଫୁଟିଲା ବୋମା; ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ଯୁବକ ।

ଅକ୍ଷର ବ୍ୟୁରୋ: ରାଜଧାନୀରେ ଫୁଟିଲା ବୋମା । ଗୋଷ୍ଠୀ ସଂଘର୍ଷ ବେଳେ ହାତରେ ବୋମା ଫୁଟି ଯୁବକ ଗୁରୁତର । ଯୁବକକୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଓଲଡ୍ ଟାଉନ୍ ସ୍ଥିତ ମାଉସୀ ମା’ ଛକ ନିକଟରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ପ୍ରତିପକ୍ଷ ଗୋଷ୍ଠୀକୁ ଆକ୍ରମଣ କରିବାକୁ ଆସିଥିବା ଯୁବକଙ୍କ ହାତରେ ବୋମା ଫୁଟିଥିବା ଜଣାପଡ଼ିଛି । ହାତରେ ବୋମା ଫୁଟିବାରୁ ହାତ ପାପୁଲି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି । 

ଖବର ମୁତାବକ ଚିନ୍ତାମଣିଶ୍ୱର ଅଞ୍ଚଳରେ କିଛି ଦିନ ହେଲା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଅଞ୍ଚଳରେ ପତିଆରା ବଢ଼ାଇବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଦିନକୁ ଦିନ ବିବାଦ ବଢ଼ିବାରୁ ଦୁଇ ଗୋଷ୍ଠୀ ବିଭିନ୍ନ ସମୟରେ ମୁହାଁମୁହିଁ ହେଉଥିଲେ ଓ ସେମାନଙ୍କ ମଧ୍ୟରେ ଛକାପଞ୍ଝ ଆରମ୍ଭ ହୋଇଯାଇଥିଲା । ବୁଧବାର ରାତିରେ କଳ୍ପନା ଛକ ନିକଟରେ ଗୋଟିଏ ଗୋଷ୍ଠୀର କିଛି ଯୁବକ ବସି ଖଟି କରୁଥିଲେ । ଏହି ସମୟରେ ପ୍ରତିପକ୍ଷ ଗୋଷ୍ଠୀ ଆସି ସେଠାରେ ଆକ୍ରମଣ କରିଥିଲେ । ଜଣେ ଯୁବକ ବୋମା ମାଡ଼ କରିବାକୁ ହାତରେ ବୋମା ଧରି ଆସିଥିଲା । ଧସ୍ତାଧସ୍ତି ସମୟରେ ଯୁବକ ତଳେ ପଡ଼ିଯିବାରୁ ହାତରେ ବୋମା ଫୁଟିଯାଇଥିଲା । ବୋମା ଫୁଟିବା ପରେ ସମସ୍ତେ ଯିଏ ଯୁଆଡେ ପାରିଲେ ଦୌଡ଼ି ପଳାଇଥିଲେ । ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ଘଟଣାରେ ଜଣକୁ ଅଟକ ରଖି ଖୋଳତାଡ଼ କରୁଛି ପୁଲିସ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)