ଅକ୍ଷର ବ୍ୟୁରୋ: ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଜଣେ ମହିଳା ମାଓବାଦୀ । ସେ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ବାଙ୍କୋ ଖଣିରୁ ୫ ହଜାର କେଜି ବିସ୍ଫୋରକ ଲୁଟ୍ ଘଟଣାରେ ସଂପୃକ୍ତ ଥିବା କୁହାଯାଉଛି । ତାଙ୍କ ନାମରେ ୪ଟି ମାମଲା ରହିଛି । ଗତ ଦୁଇ ବର୍ଷ ଧରି ମାଓ ସଂଗଠନ ସହ ସେ ଜଡିତ ଥିଲେ । ସୂଚନା ଅନୁଯାୟୀ, ସେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ୍ ଅଞ୍ଚଳର ବସିନ୍ଦା । ସେ ଛୋଟ ନାଗରା ଡିଭିଜନରେ ଗରିଲା ମାଓ ଟିମର ସଦସ୍ୟ ଭାବେ କାମ କରୁଥିଲେ । ଆଜି ସେ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଜଣେ ମହିଳା ମାଓବାଦୀ ।












Leave a Reply