ଅକ୍ଷର ବ୍ୟୁରୋ: ଆଜି ଚୈତ୍ର ମାସ ଦ୍ୱିତୀୟ ମଙ୍ଗଳବାର । କାକଟପୁରବାସିନୀ ମାଆ ମଙ୍ଗଳାଙ୍କ ଦ୍ୱିତୀୟ ପାଳି ଯାତ୍ରା । ଆଜି ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଆଜି ପ୍ରତ୍ୟୁଷରେ ମାଙ୍କ ସ୍ନାନ ମାର୍ଜଣା, ସୂର୍ଯ୍ୟପୂଜା, ବଲ୍ଲଭ ପରେ ପରେ ସାଧାରଣ ଦର୍ଶନ ହୋଇଥିଲା । ମାଆଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ ଲାଗିଛି । ସକାଳୁ ଭକ୍ତମାନେ ବ୍ୟାରିକେଡ୍ ମାଧ୍ୟମରେ ମାଆଙ୍କୁ ଦର୍ଶନ କରୁଛନ୍ତି । ମାନସିକଧାରୀ ମହିଳାମାନେ ଗାଁ ଦାଣ୍ଡସହ ମନ୍ଦିର ପରିସରରେରେ ପନ୍ଥେଇ ପୂଜା କରିଛନ୍ତି । ପରମ୍ପରା ଅନୁଯାୟୀ ମଧ୍ୟାହ୍ନରେ ମାଆଙ୍କ ପାଟୁଆ ସେବକ ମାନେ ପ୍ରାଚୀ ନଦୀରୁ ପାଣି ଆଣି ମାଆଙ୍କ ଆଜ୍ଞାମାଳ ପାଇବା ପରେ ମାନସିକ ଧାରୀ ପାଟୁଆ ମାନେ ମାସ ତମାମ ମହିମା ପ୍ରଚାର କରି ମନ୍ଦିର ପରିସରରେ ନୃତ୍ୟ କରିବେ ।
ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାର; କାକଟପୁରବାସିନୀ ମାଆ ମଙ୍ଗଳାଙ୍କ ପୀଠରେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ ।












Leave a Reply