ଅକ୍ଷର ବ୍ୟୁରୋ: ବ୍ରିଜ ଉପରୁ ତଳକୁ ଖସିଲା ଟ୍ରକ୍ । ବରଗଡ ଜିଲ୍ଲା ବରପାଲି ଥାନା ମହଦାରାନି ଜୋର ବ୍ରିଜରେ ଏହି ଦୁର୍ଘଟଣା ହୋଇଛି । ବରଗଡ- ବଲାଙ୍ଗିର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ବେଦାନ୍ତ କମ୍ପାନୀର ଏକ ଟ୍ରକ୍ ତଳକୁ ଖସି ପଡ଼ିଥିଲା । ଓଭରସ୍ପିଡ ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ପ୍ରାଥମିକ ଭାବେ ସୂଚନା ମିଳିଛି ।
ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ବ୍ରିଜ ଉପରୁ ତଳକୁ ଖସିଲା ଟ୍ରକ୍; ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ।












Leave a Reply