ପୋଲିସ ଏସଆଇ କେଳେଙ୍କାରୀ ମାମଲାରେ ବିହାର ପରେ ସାମ୍ନାକୁ ଆସିଲା ଗୁଜୁରାଟ ଲିଙ୍କ୍ ।

ଅକ୍ଷର ବ୍ୟୁରୋ: ପୋଲିସ ଏସ ଆଇ ଚାକିରି କେଳେଙ୍କାରୀ ମାମଲାରେ ବିହାର ପରେ ସାମ୍ନାକୁ ଆସିଲା ଗୁଜୁରାଟ ଲିଙ୍କ୍ । ଗୁଜୁରାଟ ବଡୋଦ୍ରାରୁ ନିତୁ ଆରୋରାକୁ ଗିରଫ କଲା ସିବିଆଇ । ପୋଲିସ ଏସ ଆଇ ନିଯୁ୍କ୍ତି ପାଇଁ ନେଇଥିଲା ଦାୟିତ୍ୱ । ଏସ ଆଇ ସହିତ ଆଉ ଦୁଇଟି ନିଯୁକ୍ତିର ଦାୟିତ୍ୱ ନେଇଥିବା ମଧ୍ୟ ସିବିଆଇ ହାତରେ ଲାଗିଛି ତଥ୍ୟ । ଗୁଜୁରାଟରୁ ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଆଣିଛି ସିବିଆଇ‌ । ଏନେଇ ଗତ ଦୁଇ ଦିନ ଧରି ବିହାରର ଗିରଫ ଅଭିଯୁକ୍ତ ନିତିଶ କୁମାର ଓ ଓଡ଼ିଶାର ଗିରଫ ଚାରି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ବେଳେ ସିବିଆଇ ପାଇଥିଲା ତଥ୍ୟ । ତେବେ ନିତିଶ କୁମାର ସହ ଅନ୍ୟ ଚାରି ଜଣଙ୍କୁ ରିମାଣ୍ଡ ଶେଷ ପରେ କୋର୍ଟରେ ହାଜର କରିଛି ସିବିଆଇ‌ । ନିତୁ ଆରୋରାକୁ ପରବର୍ତ୍ତି ପର୍ଯ୍ୟାୟରେ ପଚରାଉଚରା କଲା ପରେ ସାମ୍ନାକୁ ଆସିବ ଆଉ କିଛି ନୁଆ ଲିଙ୍କ୍ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)