FM କଲେଜ୍ ଛାତ୍ରୀ ମୃତ୍ୟୁ ମାମଲା ପରେ ସେଇ ବାଲେଶ୍ୱରରୁ ଆସିଛି ଆଉ ଏକ ଅଭିଯୋଗ। ଭୋଗରାଇ ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତ୍ୟୁ ମାମଲା ପୁଣି ସାମ୍ନାକୁ ଆସିଛି। କଲେଜର ଅଧ୍ୟାପକ ଜଗଜ୍ୟୋତି ଚାନ୍ଦଙ୍କ ନାଁରେ ଅଭିଯୋଗ ହୋଇଛି।
ଜୁଲାଇ ୩ ତାରିଖ ୨୦୨୧ରେ ନାବାଳିକା ଛାତ୍ରୀ ଜଣକ ଜୀବନ ହାରିଥିଲେ। ଅଧ୍ୟାପକଙ୍କ ପାଖରେ ଛାତ୍ରୀ ଜଣକ ଟ୍ୟୁସନ୍ ଯାଉଥିଲେ। ହେଲେ କୌଣସି କାରଣରୁ ଛାତ୍ରୀଙ୍କୁ ପାଟ୍ରିକାଲ୍ ରେ ମାର୍କ କମ୍ ଦେଇଥିବାରୁ ସେ ଏଥିରେ ନିରାଶ ହୋଇ ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ଏନେଇ ସେ ଥାନାରେ ଏତଲା ଦେଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ତେଣୁ ଏବେ ପୁଣି ଥରେ ତଦନ୍ତ ପାଇଁ ଦାବି କରିଛନ୍ତି ଛାତ୍ରୀଙ୍କ ବାପା। ଅପରପକ୍ଷେ, ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତ ଅଧ୍ୟାପକ ଜଗଜ୍ୟୋତି ଚାନ୍ଦ।












Leave a Reply