ଘଣ୍ଟାଏ ପାଇଁ ଓପିଡି ବନ୍ଦ କଲେ ରାଜ୍ୟର ସବୁ ସରକାରୀ ମେଡିକାଲ ।

ଅକ୍ଷର ବ୍ୟୁରୋ: ଘଣ୍ଟାଏ ପାଇଁ ଓପିଡି ବନ୍ଦ । ଆଜି ସକାଳ ୧୦ଟାରୁ ୧୧ ଯାଏଁ ରାଜ୍ୟର ସବୁ ସରକାରୀ ମେଡିକାଲରେ ଓପିଡି ବନ୍ଦ କରିଛନ୍ତି ଡାକ୍ତର । ଆଜିଠୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଡାକ୍ତରମାନେ ଘଣ୍ଟାଏ ପାଇଁ ରୋଗୀ ସେବା କରିବେ ନାହିଁ । ଏହାସହ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ପକ୍ଷରୁ ହେଉଥିବା କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯିବ ବୋଲି ଓଡ଼ିଶା ମେଡିକାଲ ସେବା ସଂଘ, ଓମ୍‌ସା ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟରେ ଖାଲି ଥିବା ଡାକ୍ତରୀ ପଦବୀ ପୂରଣ, ଭଳି ବିଭିନ୍ନ ଦାବିରେ ଓମସା ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ପୂର୍ବରୁ ଏନେଇ ଘୋଷଣା କରାଯାଇଥିଲା । ଯଦି ସରକାର ତାଙ୍କ ଆଲୋଚନା ମାଧ୍ୟମରେ ଦାବି ନଶୁଣୁଛନ୍ତି ତାହାଲେ ପରବର୍ତ୍ତୀ ସମୟରେ ଏ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ । ଅନ୍ୟପଟେ ଏନେଇ ରୋଗୀ ହଇରାଣ ହେଉଛନ୍ତି । ତେବେ ବଡ ପ୍ରଶ୍ନ ଉଠୁଛି ଯଦି ଡାକ୍ତର ଘଣ୍ଟାଏ ଲେଖାଏ ଓପିଡି ବନ୍ଦ କରି ଏଭଳି ଆନ୍ଦୋଳନ କରିବେ ସ୍ୱାସ୍ଥ୍ୟସେବା ରୋଗୀ ପାଇବେ କିପରି ? ଡାକ୍ତରଙ୍କ ଏହି ଆନ୍ଦୋଳନ ରୋଗୀଙ୍କ ଉପରେ ପ୍ରଭାବ ପକାଇବନି ତ ?

ଦୁଇ ଦିନ ତଳେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଓମ୍‌ସା ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘର ରହିଥିବା ଦାବିକୁ ସମ୍ମାନ ଜଣାଇ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରାଯିବ । କମିଟି ଦାବିଗୁଡ଼ିକର ଅନୁଧ୍ୟାନ କରି ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯିବ । ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସଂଘ ଯେଉଁ ଆନ୍ଦୋଳନ ଡାକରା ଦେଇଛି। ସେଥିରୁ ନିବୃତ୍ତ ରହିବା ଲାଗି ଅନୁରୋଧ କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ସେପଟେ, ଓମ୍‌ସା ପକ୍ଷରୁ କୁହାଯାଇଛି ଯେ, ନଭେମ୍ବର ୧୯ ତାରିଖରେ କମିଟି ଗଠନ ହେବାର ନିଷ୍ପତ୍ତି ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ହୋଇନାହିଁ। ତେଣୁ ଓମ୍‌ସା କର୍ମକର୍ତ୍ତା ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)