ଅକ୍ଷର ବ୍ୟୁରୋ: ବ୍ରହ୍ମପୁରରେ ନାବାଳିକା ଗଣ ଦୁଷ୍କର୍ମ ଅଭିଯୋଗ । ପ୍ରେମିକକୁ ନିଶା ଦେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ । ଘଟଣା ଘଟିଛି ବ୍ରହ୍ମପୁର ଗୋସାଣିନୂଆଗାଁ ଥାନା ଅନ୍ତର୍ଗତ ଅଂଚଳରେ । ନାବାଳିକା ଜଣଙ୍କ ଘର ଆନ୍ଧ୍ରରେ । ନାବାଳିକାଙ୍କ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ଦ୍ବିତୀୟ ବାପାଙ୍କ ପାଖରେ ରହୁଥିଲା । ସାବତ ବାପା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବାରୁ ନାବାଳିକା ଜଣଙ୍କ ଗତ ୨୪ତାରିଖରେ ବ୍ରହ୍ମପୁର ପଳାଇଆସିଥିଲେ । ଏଠାରେ ଏକ ଚା’ ଦୋକାନରେ କାମ କରୁଥିଲା । ୪ ଦିନ ମଧ୍ୟରେ ସେଠାକାର ଜଣେ ନାବାଳକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।
ଗତ ୨୯ ତାରିଖ ରାତିରେ ନାବାଳିକାଙ୍କୁ ଉକ୍ତ ନାବାଳକ ପ୍ରେମିକ ଡାକି ନେଇ ତାଙ୍କ ସାଙ୍ଗ ସହ କଥା ହେବାକୁ କହିଥିଲା । ତେବେ ସେହି ସ୍ଥାନକୁ ଯିବା ପରେ ନାବାଳକ ପ୍ରେମିକ ଜଣଙ୍କ ଶୋଇ ପଡ଼ିଥିଲା । କିଛି ନିଶା ମିଶାଇ ଦେବାରୁ ପ୍ରେମିକ ଜଣଙ୍କ ଶୋଇପଡ଼ିଥିବା ପୋଲିସ ସନ୍ଦେହ କରୁଛି । ଏଭଳିକି ନାବାଳିକା ଜଣଙ୍କ ମଧ୍ୟ ଅଚେତ ହୋଇଯିବା ରୁ ନାବାଳକର ଦୁଇ ଜଣ ଯୁବକ ସାଙ୍ଗ ତାଙ୍କୁ ଦୁଷ୍କର୍ମ କରିଥିଲେ । ସେ ସେହି ଅଂଚଳରେ ପଡ଼ିରହିଥିବା ଦେଖି ସ୍ଥାନୀୟ ଲୋକ ଥାନାରେ ଜଣାଇବାରୁ ପୋଲିସ ଆସି ପଚରା ଉଚରା କରିଥିଲା I ଏନେଇ ଥାନାରେ ଏକ ମାମଲା ରୁଜୁ ହେବା ସହ ଦୁଇ ଜଣ ଯୁବକ ସାଙ୍ଗକୁ ଗିରଫ କରିଛି I ନାବାଳକ ପ୍ରେମିକଙ୍କୁ ବାଳ ସୁଧା ରଗୃହକୁ ପଠାଇ ଦେଇଛି I ଏସହ ନାବାଳିକାଙ୍କ ବାପାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିବା ବ୍ରହ୍ମପୁର ଏସ୍ପି ଶ୍ରବଣ ବିବେକ ଏମ୍ କହିଛନ୍ତି ।












Leave a Reply