ପ୍ରତି କ୍ୟାମ୍ପସରେ ନିଯୁକ୍ତ ହେବେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର; ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ ।

ଅକ୍ଷର ବ୍ୟୁରୋ: କ୍ୟାମ୍ପସକୁ ନିଶାମୁକ୍ତ କରିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ ଆରମ୍ଭ । ଏନେଇ ଏକ ବିସ୍ତୃତ ମାର୍ଗଦର୍ଶିକା ୟୁଜିସି ତରଫରୁ ଜାରି କରାଯାଇଛି । ପ୍ରତି କ୍ୟାମ୍ପସରେ ନିଯୁକ୍ତ ହେବେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର । କଲେଜ ଓ ବିଶ୍ୱ ବିଦ୍ୟାଳୟର ଜଣେ ଅଧ୍ୟାପକ କିମ୍ବା ଅଧ୍ୟାପିକାଙ୍କୁ ଦିଆଯିବ ଦାୟିତ୍ୱ । ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ । ଏଥିପାଇଁ ରାଜ୍ୟ ସରକାର ସପ୍ତାହ ବ୍ୟାପୀ ବିଭିନ୍ନ କଲେଜ ଏଵଂ ବିଶ୍ୱ ବିଦ୍ୟାଳୟମାନଙ୍କରେ ଆଲୋଚନା ସହିତ ଯୋଗ, ଶାରୀରିକ ଦକ୍ଷତା ଏଵଂ ପୃଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ୱ ଦେବେ । ଏନେଇ କଲେଜ ଏବଂ ବିଶ୍ୱ ବିଦ୍ୟାଳୟରେ ଜଣେ ଅଧିକାରୀ ନିଯୁକ୍ତ ହେବେ, ଯିଏ ସେହି କଲେଜ କିମ୍ବା ବିଶ୍ଵ ବିଦ୍ୟାଳୟର ଅଧ୍ୟାପକ ହୋଇଥିବେ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)