ଅକ୍ଷର ବ୍ୟୁରୋ: ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ସ୍ଥଳସେନା ମୁଖ୍ୟ । ଓଡ଼ିଶା ଆସୁଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ୨୯ ତାରିଖ ଯାଏଁ ରହଣି ଭିତରେ ଭୁବନେଶ୍ୱର, ପୁରୀ, ଗୋପାଳପୁରରେ କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ସନ୍ଧ୍ୟାରେ ଜେନେରାଲ୍ ଦ୍ବିବେଦୀ ଭୁବନେଶ୍ବର ପହଞ୍ଚିବା ପରେ 120 ବାଟାଲିଅନରେ ରାତ୍ରିଯାପନ କରିବେ । କାଲି ସକାଳେ ସେ ପୁରୀ ଯାଇ ସୈନିକ ସଦନରେ ରହିବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସୂଚନା ମିଳିଛି । ପରେ ପୁରୀ ତାଳବଣିଆ ହେଲିପ୍ୟାଡ୍ ଦେଇ ଗୋପାଳପୁରର ଆର୍ମି ଏୟାର ଡିଫେନ୍ସ କଲେଜକୁ ଆସିବେ । ସେଠାରେ ସେନାର ତାଲିମ ବ୍ୟବସ୍ଥା, ଆଧୁନିକ ସାମଗ୍ରୀ ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସମୀକ୍ଷା କରିବେ । ଏଥିସହ ସେନା ଅଧିକାରୀ ଓ ପୂର୍ବତନ ସୈନିକଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ବି ରହିଛି । ସେହିପରି ଫିଲ୍ଡ ଫାୟାରିଂ ରେଞ୍ଜରେ ଲାଇଭ୍ ଫାୟାରିଂ ପ୍ରଦର୍ଶନ ଓ ଉପକରଣ ବି ପ୍ରଦର୍ଶନ କରାଯିବ ।
ଓଡ଼ିଶା ଆସୁଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ; ତିନିଦିନିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ।












Leave a Reply