ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଅଧୀନ ଆଉଁଳୀ ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଆଉଁଳି ଗ୍ରାମର କଳାବତି ପ୍ରଧାନ(୫୦)। କଳାବତି ବଗିଚାକୁ କାଜୁ ସଂଗ୍ରହ ପାଇଁ ଯାଇଥିଲେ ହଠାତ୍ ନିକଟକୁ ହାତୀପଲ ଆସି ତାଙ୍କୁ ଶୁଣ୍ଢରେ କଚାଡି ଦେବା ସହିତ ପାଦରେ ଦଳି ଦେଇଥିଲା। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ତାଙ୍କ ପୁଅ କାଜୁ ବଗିଚାକୁ ଖୋଜିବା ପାଇଁ ଯାଇଥିଲେ। ହାତୀ କଳାବତିକୁ କଚାଡି ମାରି ଦେଇଥିବା ସେ ଦେଖିବାକୁ ପାଇଥିଲେ। ମାତ୍ର ଘଟଣା ସ୍ଥଳରେ ଦୀର୍ଘ ସମୟ ଧରି ହାତୀପଲ ରହିଥିବାରୁ ମହିଳାଙ୍କ ମୃତ ଦେହ ପାଖକୁ ଯିବା ସମ୍ଭବ ହୋଇନଥିଲା। ହାତୀ ଘଉଡାଇବା ପରେ ମହିଳାଙ୍କ ମୃତ ଦେହ ଜବତ କରାଯାଇଛି। ବନବିଭାଗର ଅବହେଳା ଯୋଗୁଁ ମହିଳାଙ୍କ ମୃତ ଘଟିଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବନବିଭାଗ ଅଧିକାରୀ ଓ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ବନବିଭାଗରେ ଚାକିରି, ସରକାରୀ ସହାୟତା, ଶୁଦ୍ଧିକ୍ରିୟା ପାଇଁ ସହାୟତା, ହାତୀ ଥିବା ଅଞ୍ଚଳରେ ବନବିଭାଗ ପକ୍ଷରୁ କଡ଼ା ପେଟ୍ରୋଲିଂ ସହିତ ସାଇରନ୍ ଯୋଗେ ଲୋକଙ୍କୁ ସଚେତନା କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି।











Leave a Reply