ବ୍ରହ୍ମପୁରର ବିଜେପି ନେତା ତଥା ଆଇନଜୀବି ପୀତବାସ ପଣ୍ଡାଙ୍କ ହତ୍ୟା ପଛରେ ଅଛି ବାଲି ମାଫିଆ । ବାହାରର ସୁପାରୀ କିଲରକୁ ବାଲି ମାଫିଆ ନିୟୋଜିତ କରିଥିବା ନେଇ ଚର୍ଚ୍ଚା ହେଉଛି । ହତ୍ୟା ପଛରେ ଗଞ୍ଜାମ ଜିଲ୍ଲାର ବାଲି ମାଫିଆଙ୍କ ସମ୍ପୃକ୍ତି ନେଇ ଅନୁମାନ କରାଯାଉଛି । ପୋଲିସ ଏଦିଗରେ ମଧ୍ୟ ତଦନ୍ତ କରୁଛି । ସୁପାରୀ କିଲର୍ କେଉଁଠୁ ଆସିଥିଲେ ? ଏହି ପେଶାଦାର ଅପରାଧୀ 9MM ପିସ୍ତଲରୁ ପଏଣ୍ଟ ବ୍ଲାଙ୍କରୁ ଗୁଳିମାଡ କରିଥିଲେ । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାକୁ ଦୁଇଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଟେର୍ ପାଉନି ପୋଲିସ । ସୁପାରି ଦେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତଦନ୍ତ ପାଇଁ ତିନୋଟି ଟିମ ଗଠନ ହୋଇଛି । ଘଟଣା ସ୍ଥଳରୁ ସାଇଣ୍ଟିଫିକ୍ ଟିମ ଗୁଳି ଓ ଖୋକା ସହ ଅନ୍ୟ ତଥ୍ୟ ସଂଗ୍ରହ କରିଛନ୍ତି । ଗୁଳିମାଡ଼ କରିଥିବା ଦୁଇ ପେଶାଦାର ଅପରାଧୀଙ୍କୁ କିଏ ନିୟୋଜିତ କରିଥିଲା ? ସେମାନେ ହତ୍ୟା ପୂର୍ବରୁ ରେକି କରିଥିବା ମଧ୍ୟ ସୂଚନା ମିଳିଛି । ପୀତବାସଙ୍କ ଗତିବିଧି ଉପରେ ନଜର ରଖିଥିଲେ । ତେବେ ବାଲି ମାଫିଆଙ୍କ ସହିତ ପୀତବାସଙ୍କର କଣ ଶତ୍ରୁତା ଥିଲା ତାହା ସ୍ପଷ୍ଟ ହୋଇନି ।
ଆଇନଜୀବି ପୀତବାସ ପଣ୍ଡାଙ୍କ ହତ୍ୟା ପଛରେ ବାଲି ମାଫିଆ ଥିବା ସନ୍ଦେହ !












Leave a Reply