ଆଜି ବରଗଡ଼ରେ ଆଉ ଜଣେ ମହିଳା ଇଞ୍ଜିନିୟରଙ୍କୁ ଧରିଛି ଭିଜିଲାନ୍ସ। ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡ଼ାଙ୍ଗବାହାଲ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡ ଧରିଛି ଭିଜିଲାନ୍ସ ଟିମ୍। ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସୁସ୍ମିତା।
ଡ଼ାଙ୍ଗବାହାଲ ଅଞ୍ଚଳରେ ପ୍ରଦୀପ ସାହୁ ନାମକ ଜଣେ ବ୍ୟକ୍ତି ରାସ୍ତା କାମ କରୁଥିବା ବେଳେ ତାଙ୍କ ଠାରୁ ବିଲ୍ କରିବା ପାଇଁ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ। ଏନେଇ ଭିଜିଲାନ୍ସ ପକ୍ଷରୁ ତନାଘନା ଜାରି ରହିଥିବା ବେଳେ ଆହୁରି ଅନେକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି। ଏନେଇ ଗାଇସିଲେଟ ବ୍ଲକ କଳଙ୍ଗାପାଲି ସ୍ଥିତ କନିଷ୍ଠ ଯନ୍ତ୍ରୀଙ୍କ ଭଡ଼ା ଘରେ ମଧ୍ୟ ରେଡ୍ ଚାଲିଥିବା ଜଣାପଡ଼ିଛି। ଏହା ସହ ଗାଇସିଲେଟ ବ୍ଲକ ମନରେଗା କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଠାରେ ମଧ୍ୟ ତଦନ୍ତ ସରିଛି। ମିଳିଥିବା ସୂଚନା ମୁତାବକ, କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ମାତ୍ର ବର୍ଷେ ତଳେ ଚାକିରୀରେ ନିଯୁକ୍ତ ହୋଇଥିଲେ।












Leave a Reply