ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବଡ଼ ସୂଚନା; ୨୦୨୭ ସୁଦ୍ଧା ୪ ସହରଗୁଡ଼ିକ କମନ ଇକୋନୋମିକ ଜୋନ୍‌ରେ ପରିଣତ ।

ଅକ୍ଷର ବ୍ୟୁରୋ: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟର ୪ ସହର ଯଥା ପୁରୀ, ପାରାଦୀପ, ଭୁବନେଶ୍ୱର ଏବଂ କଟକ କମନ ଇକୋନୋମିକ୍‌ ଜୋନ୍‌ରେ ପରିଣତ ହେବ । ୨୦୨୭ ସୁଦ୍ଧା ଏହି ସହରଗୁଡ଼ିକୁ କମନ ଇକୋନୋମିକ ଜୋନ୍‌ କରାଯିବ । ଏହା ପରଠାରୁ ହିଁ ରାଜ୍ୟ ଅର୍ଥନୀତିର ୩୩ ପ୍ରତିଶତ ଆସିବ ବୋଲି ଅନୁ ଗର୍ଗ କହିଛନ୍ତି । କମନ ଇକୋନୋମିକ୍ ଜୋନ୍ ହେଉଛି ଏକ ଆନ୍ତର୍ଜାତିକ ଚୁକ୍ତି କିମ୍ବା ଅଞ୍ଚଳ ଯେଉଁଠାରେ ଏକାଧିକ ଦେଶ ମିଶି ଏକ ସାଧାରଣ ଅର୍ଥନୈତିକ କ୍ଷେତ୍ର ଗଠନ କରନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେହି ଦେଶମାନଙ୍କ ମଧ୍ୟରେ ପଣ୍ୟ, ସେବା, ପୁଞ୍ଜି ଏବଂ ଶ୍ରମର ମୁକ୍ତ ଚଳାଚଳ ସୁନିଶ୍ଚିତ କରିବା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)