ଅକ୍ଷର ବ୍ୟୁରୋ: ଦେଶରେ ରନ୍ଧନ ଗ୍ୟାସ ଓ ପ୍ରାକୃତିକ ଗ୍ୟାସର କୌଣସି ଅଭାବ ନାହିଁ । ଭାରତରେ ପର୍ଯ୍ୟାପ୍ତ ଗ୍ୟାସ ଉତ୍ପାଦନ ସହ ଯୋଗାଣ ବ୍ୟବସ୍ଥା ରହିଛି । ଗ୍ୟାସ୍ ସିଲିଣ୍ଡର ଟେନ୍ସନ ଭିତରେ ଲୋକସଭାରେ ଏକଥା କହି ଦେଶବାସୀଙ୍କୁ ବଡ଼ ଆଶ୍ୱାସନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ । ସେ କହିଛନ୍ତି, ଗତ ୫ଦିନରେ ଏଲପିଜି ଉତ୍ପାଦନ ୨୮ ପ୍ରତିଶତ ବୃଦ୍ଧି ପାଇଛି । ଅଧିକ ଗ୍ୟାସ ସଂଗ୍ରହ ପାଇଁ ବି ଜାରି ରହିଛି ପ୍ରକ୍ରିୟା । ଦେଶର ୩୩ କୋଟି ଗରିବ ଓ ଅବହେଳିତ ଶ୍ରେଣୀ ପରିବାରର ରୋଷେଇ ଘରେ ଯେପରି ଗ୍ୟାସର ଅଭାବ ନହୁଏ ତାକୁ ପ୍ରାଥମିକତା ଦେଇଛନ୍ତି ମୋଦି ସରକାର । ଘରୋଇ ଯୋଗାଣ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ବିତରଣ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଏଥିସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରତିଦିନ ବିକଳ୍ପ ଯୋଗାଣ ମାର୍ଗ ଦେଇ ବଡ଼ ବଡ଼ ଏଲଏନଜି କାର୍ଗୋ ଭାରତରେ ପହଞ୍ଚୁଛି । ଯୁଦ୍ଧ ପରିସ୍ଥିତି ଦୀର୍ଘ ସମୟ ଲାଗି ରହିଲେ ବି ଭାରତ ପାଖରେ ପର୍ଯ୍ୟାପ୍ତ ଗ୍ୟାସ ଉତ୍ପାଦନ ଓ ଯୋଗାଣ ବ୍ୟବସ୍ଥା ରହିଛି । ଭାରତ ବର୍ତ୍ତମାନ କେବଳ ଗୋଟିଏ ଉତ୍ସ ଉପରେ ନିର୍ଭର ନକରି ଆମେରିକା, ନରୱେ, କାନାଡା, ଆଲଜେରିଆ, ରୁଷିଆ ଭଳି ବିଭିନ୍ନ ଦେଶରୁ ଗ୍ୟାସ ସଂଗ୍ରହ କରୁଛି ବୋଲି ଲୋକସଭାରେ କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ।












Leave a Reply