କଟକ କୋଠା ଭୁଶୁଡିବା ଅଘଟଣ ପରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ପଦକ୍ଷେପ:

ଅକ୍ଷର ବ୍ୟୁରୋ: କଟକ କୋଠା ଭୁଶୁଡିବା ଅଘଟଣ ପରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ପଦକ୍ଷେପ । ବେସରକାରୀ ବିପଦପୂର୍ଣ୍ଣ ଘରଗୁଡିକ ଭଙ୍ଗାଯିବା ପାଇଁ ନିର୍ଦ୍ଦେଶ । ଭାଙ୍ଗିବା ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ମନ୍ତ୍ରୀ କହିଛନ୍ତି । ବିପଦପୂର୍ଣ୍ଣ ବିଲଡିଂଗୁଡିକୁ ପରଖି ଘୋଷଣା କରିବା ପୂର୍ତ୍ତ ବିଭାଗର ଦାୟିତ୍ୱ । ଏବଂ ବିପଦପୂର୍ଣ୍ଣ କୋଠାଗୁଡିକୁ ଭାଙ୍ଗିବା ଦାୟିତ୍ୱ ନଗର ଉନ୍ନୟନ ବିଭାଗର । ସରକାରୀ ଘରକୁ ଅସୁରକ୍ଷିତ ଘୋଷଣା କରିବା ସରକାରଙ୍କ ଦାୟିତ୍ୱ । ବେସରକାରୀ ଅସୁରକ୍ଷିତ ଘରଗୁଡିକର ମାଲିକମାନେ ସଚେତନ ହେବା ଦରକାର ବୋଲି କହିଛନ୍ତି କୃଷ୍ଣ ଚନ୍ଦ୍ର ମହାପାତ୍ର ।

ସୂଚନାଯୋଗ୍ୟ, ଗତକାଲି କଟକ ସହର ସ୍ଥିତ ମଣି ସାହୁ ଛକରେ କୋଠା ବାଲକୋନୀ ଭୁଶୁଡ଼ି ୩ ଜଣଙ୍କ ଜୀବନ ଯାଇଛି । କୁହାଯାଉଛି, ଏକ ପୁରୁଣା କୋଠାର ବାଲକୋନି ଭୁଶୁଡ଼ିବାରୁ ଏହି ଅଘଟଣ ଘଟିଛି । କୋଠାର ବାଲକୋନୀ ଭୁଶୁଡ଼ିକି ଏକ ଆଜବେଷ୍ଟସ୍ ଘର ଉପରେ ପଡ଼ିଛି । ଫଳରେ ଘରେ ଥିବା ୩ଜଣ ଲୋକ ଗୁରୁତର ହୋଇଥିଲେ । ଗୁରୁତର ମଧ୍ୟରେ ଜଣେ ୫ ବର୍ଷର ଶିଶୁ ଥିଲା । ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)