ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ।

ଅକ୍ଷର ବ୍ୟୁରୋ: ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲ । ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଭରିଲେ ନାମାଙ୍କନ । ଉପସ୍ଥିତ ରହିଲେ ନବୀନ ପଟ୍ଟନାୟକ । । ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଏଥର ୫ଜଣ ପ୍ରାର୍ଥୀ ନାମାଙ୍କନ ଭରିବେ । ରାଜ୍ୟସଭା ୪ ଆସନ ପାଇଁ ଉଭୟ ଶାସକ ଦଳ ଓ ବିରୋଧୀ ପ୍ରାର୍ଥୀ ଘୋଷଣା କରିଛନ୍ତି । ଚତୁର୍ଥ ଆସନ ପାଇଁ ବି ଦୁଇ ଜଣ ପ୍ରାର୍ଥୀ ରହିଛନ୍ତି । ବିଜେପିରୁ ମନମୋହନ ସାମଲ, ସୁଜିତ୍ କୁମାର, ବିଜେଡିରୁ ସଂତୃପ୍ତ ମିଶ୍ର, କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତା ଓ ସ୍ବାଧୀନ ପ୍ରାର୍ଥୀ ଦିଲ୍ଳୀପ ରାୟ ନାମାଙ୍କନ ଦାଖଲ କରିବେ । ମାର୍ଚ୍ଚ ୫ତାରିଖ ନାମାଙ୍କନର ଶେଷ ଦିନ ହୋଇଥିବାରୁ ଆଜି ସମସ୍ତେ ନାମାଙ୍କନ ଦାଖଲ କରିବେ । ମାର୍ଚ୍ଚ ୬ରେ ପ୍ରାର୍ଥୀପତ୍ରର ହେବ ଯାଞ୍ଚ । ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୧୬ମାର୍ଚ୍ଚରେ ରାଜ୍ୟସଭା ଆସନ ପାଇଁ ପଡ଼ିବ ଭୋଟ୍ ।

ରାଜ୍ୟସଭାର ଚତୁର୍ଥ ଆସନ ପାଇଁ ହେବ ଜୋରଦାର ଲଢ଼େଇ । ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟଙ୍କ ଏଣ୍ଟ୍ରି ରାଜ୍ୟ ରାଜନୀତିକୁ ରୋଚକ କରିଛି । ସ୍ବାଧୀନ ରାଜ୍ୟସଭା ପ୍ରାର୍ଥୀ ହେବାକୁ ଦିଲ୍ଲୀପ ରାୟଙ୍କ ଘୋଷଣା ଓ ଏହାର ଠିକ୍ ପରେ ପରେ ବିଜେପିର ସମର୍ଥନ ରାଜ୍ୟସଭା ଗଣିତ ହିସାବକିତାବକୁ ସମ୍ପୂର୍ଣ୍ଣ ଓଲଟପାଲଟ କରିଛି । ସେପଟେ କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତାଙ୍କୁ ବିଜେଡି ଓ କଂଗ୍ରେସ ସମର୍ଥନ ଦେଇଛନ୍ତି । ତେବେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିବା ନେଇ ଘୋଷଣା କରିବା ପରେ କ୍ରସ ଭୋଟିଂ ଆଶଙ୍କା ବଢ଼ିଯାଇଛି । ସଂଖ୍ୟା ଗଣିତ ଅନୁସାରେ ବିଜେପି ୨ଟି ଆସନ ହାତେଇବ । ସେହିପରି ବିଜେଡି ଗୋଟିଏ ଆସନରେ ବାଜିମାତ କରିବ । ହେଲେ ଚତୁର୍ଥ ଆସନ ପାଇଁ କାହା ପାଖରେ ଆବଶ୍ୟକ ସଂଖ୍ୟାନଥିବାରୁ ରୋଚକ ସ୍ଥିତି ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)