ନୂଆପଡ଼ାରେ ପହଞ୍ଚିଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଅକ୍ଷର ବ୍ୟୁରୋ: ଶୁକ୍ରବାର ଦିନିକିଆ ଗସ୍ତରେ ଯାଇ ନୂଆପଡ଼ାରେ ପହଞ୍ଚିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ । ଏହି ଅବସରରେ ନବୀନ ଖରିଆର୍‌ ରୋଡ୍‌ ଏନ୍‌ଏସି ଅଞ୍ଚଳର ଦାଗା, ବିଜୁ ପଟ୍ଟନାୟକ ଏବଂ ଲକ୍ଷ୍ମଣିଆ ପେଟ୍ରୋଲ ପମ୍ପ ଛକ ଦେଇ ରୋଡ୍‌ ଶୋ କରିବେ । ସେହିପରି ନୂଆପଡ଼ା ଏନ୍‌ଏସିର ସୂର୍ଯ୍ୟନଗର, ଗାୟତ୍ରୀ ମନ୍ଦିର ଏବଂ ଏକ୍‌ତା ଛକଠାରେ ରୋଡ୍‌ ଶୋ’ କରିବା କାର୍ଯ୍ୟକ୍ରମ ରହିଛି । ଏହାସହ ନୂଆପଡ଼ା ବ୍ଲକର ପରକୋଦଠାରେ ଏକ ସାଧାରଣ ସଭାକୁ ସେ ସମ୍ବୋଧିତ କରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଗତ ୩ ତାରିଖରେ ନବୀନ ନୂଆପଡ଼ା ଯାଇ କୋମନା ବ୍ଲକ ଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)