ଅକ୍ଷର ବ୍ୟୁରୋ: କଟକ ବାରବାଟିରେ ବିଜେଡି ମହିଳା ପକ୍ଷରୁ ଗ୍ୟାସ୍ ସଙ୍କଟକୁ ନେଇ ପ୍ରତିବାଦ ଦେଖିବାକୁ ମିଳିଛି । କଟକ ବକ୍ସି ବଜାର ଛକ ନିକଟରେ ଜୋରଦାର ପ୍ରତିବାଦ କରିଛନ୍ତି ମହିଳା । ରାଜରାସ୍ତାରେ ଗ୍ୟାସ୍ ଚୂଳି ବଦଳରେ କାଠ ଚୁଲିରେ ଚା କରି ଲୋକଙ୍କୁ ବିତରଣ କରୁଛନ୍ତି । ବିଜେଡି ନେତା ତଥା କଟକ ମେୟର ସୁବାସ ସିଂ କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତିକୁ ଦାୟୀ କରିଛନ୍ତି । ଡବଲ ଇଞ୍ଜିନ ସରକାର ଡବଲ ଧମକା କରିବା ପରିବର୍ତ୍ତେ ଗ୍ୟାସ୍ ସଙ୍କଟକୁ ରୋକିବାରେ ବିଫଳ ହୋଇଛି । ଆଗକୁ ଏହି ଆନ୍ଦୋଳନ ଆହୁରି ଜୋରଦାର କରାଯିବ। ମହିଳା କର୍ପୋରେଟର ମାନେ ଗ୍ୟାସ୍ ସଙ୍କଟକୁ ନେଇ ବିଜେପି ବିଫଳ ହୋଇଛି ବୋଲି କହିଛନ୍ତି ।
ପଶ୍ଚିମ ଏସିଆର ଯୁଦ୍ଧ ଯୋଗୁଁ ଗ୍ୟାସ ସଙ୍କଟ ଏବେ ଘନେଇବାରେ ଲାଗିଲାଣି । ବୁକିଂ ହେଉଥିଲେ ଗ୍ୟାସ୍ ଆସୁନି । ଅନେକ ସ୍ଥାନରେ ବୁକିଂ ମଧ୍ୟ ହେଉନି । ଗ୍ୟାସ୍ ନଥିବାରୁ ଛୋଟ ଛୋଟ ଦୋକାନ ଓ ରେଷ୍ଟୁରାଣ୍ଟ ବନ୍ଦ ହେବାକୁ ବସିଲାଣି । ଗ୍ୟାସ ସରିଲେ ଆଉ ବିକଳ୍ପ ନଥିବାରୁ ମାଲିକ ମାନେ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ସମ୍ବଲପୁରରେ ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ କରିଥିବା କାଫେ ଏବେ ବନ୍ଦ ହେବା ପରିସ୍ଥିତିରେ । ଗ୍ୟାସ୍ ନଥିବାରୁ ମହିଳା ମାନେ ଦୋକାନ ବନ୍ଦ କରିବାକୁ ସ୍ଥିର କରିଛନ୍ତି। ଗ୍ୟାସ୍ ଘରକୁ ଯାଉନଥିବାରୁ ଲୋକେ ଡିପୋ ଆଗରେ ମଧ୍ୟ ପ୍ରବଳ ଭିଡ ଜମାଉଛନ୍ତି ।












Leave a Reply