ବିଜେଡିର ସୋସିଆଲ ମିଡିଆର ଅପବ୍ୟବହାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି ।

ଅକ୍ଷର ବ୍ୟୁରୋ: ନୂଆପଡା ଉପନିର୍ବାଚନ ପ୍ରଚାର ସମୟରେ ବିଜେପି ବିପକ୍ଷରେ ବହୁ ବିଭ୍ରାଟକର ତଥ୍ୟ ରଖିଥିଲା ବିଜେଡି । ବିରୋଧି ଦଳର ନେତା ନବୀନ ପଟ୍ଟନାୟକ ନୂଆପଡା ଗସ୍ତ କରି ଦଳୀୟ ପ୍ରାର୍ଥୀ ପାଇଁ ଭୋଟ ମାଗିଥିବା ବେଳେ ବିଜେପି ବିରୁଦ୍ଧରେ ବହୁ ଚାଞ୍ଚଲ୍ୟକର ବୟାନ ଦେଇଥିଲେ । ଯାହାକୁ ନେଇ ବିଜେପି କ୍ଷୋଭ ପ୍ରକାଶ କରିଛି । ଗତ ୨୦୨୪ ମସିହା ସାଧାରଣ ନିର୍ବାଚନରେ ପରାଜୟ ଭୋଗିବା ପରେ, ବିଜେପି ସୋସିଆଲ ମିଡିଆରେ ଅପପ୍ରଚାର କାରଣରୁ ବିଜେଡିର ପରାଜୟ ଘଟିଛି ବୋଲି ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳର ନେତାମାନେ କହିଛନ୍ତି । କିନ୍ତୁ ଆଜି ନିଜ ଅଭିଯୋଗକୁ ଭୁଲ ବୋଲି ନିଜେ ବିଜେଡି ପ୍ରମାଣିତ କରିଛି ବୋଲି ବିଜେପି କହିଛି । ବିଜେଡି ଦଳ ନିଜେ ସୋସିଆଲ ମିଡିଆରେ ଅପପ୍ରଚାର କରୁଛି ଏବଂ ନିଶ୍ଚିତ ପରାଜୟର ଆତଙ୍କ ଘାରିଥିବା ବିଜେଡି ବର୍ତ୍ତମାନ ଆଉ ଦୁଇ ପାଦ ଆଗକୁ ଯାଇ କୃତ୍ରିମ ବୁଦ୍ଧିମତା ତଥା ଏଆଇ ଜ୍ଞାନକୈାଶଳର ଅପବ୍ୟବହାର କରି ବିଭ୍ରାନ୍ତ ସୃଷ୍ଟି କରୁଛି ।

ଚଳିତ ନୂଆପଡା ଉପନିର୍ବାଚନରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଂଟେଲିଜେନ୍ସ) ଜରିଆରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ କଦର୍ଥ ଫଟୋଚିତ୍ରକୁ ସାମାଜିକ ଗଣମାଧ୍ୟମ ଫେସବୁକରେ ଭାଇରାଲ କରି ସାଧାରଣ ଭୋଟରଙ୍କୁ ବିଭ୍ରାନ୍ତ କରିବାର ଅପଚେଷ୍ଟା କରିଛି ବିଜେଡି । ସାଇବର ଆଇନ ଅନୁସାରେ ଏହା ସଂପୂର୍ଣ୍ଣ ଭାବେ ଦଣ୍ଡନୀୟ ଅପରାଧ ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି । ଏବଂ ଏଭଳି ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆଇନ ମୁତାବକ ଦଣ୍ଡବିଧାନ କରିବାକୁ ବିଜେପିର ଏକ ପ୍ରତିନିଧିଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛି । ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ରାଜ୍ୟ ସାମାଜିକ ଗଣମାଧ୍ୟମ ସହ ସଂଯୋଜିକା ମାନସୀ ମଞ୍ଜରୀ ପାଢୀ, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ସଂଗ୍ରାମ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)