ନୂଆପଡା ଉପନିର୍ବାଚନକୁ ନେଇ ୮ଟି ଜୋନ୍ ପାଇଁ ୮ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲା ବିଜେପି ।

ଅକ୍ଷର ବ୍ୟୁରୋ: ୮ ମନ୍ତ୍ରୀଙ୍କୁ ଜୋନ୍‌ ଦାୟିତ୍ୱ ଦେଲା ବିଜେପି । ନୂଆପଡା ଉପନିର୍ବାଚନକୁ ନେଇ ୮ ମନ୍ତ୍ରୀଙ୍କୁ ୮ଟି ଜୋନ ପାଇଁ ଦାୟିତ୍ୱ ଦେଲା ବିଜେପି । ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ବଞ୍ଜରୀ ଦାୟିତ୍ୱ, ସୁନାଦେଇ ଦାୟିତ୍ୱରେ ଗଣେଶରାମ ସିଂ ଖୁଣ୍ଟିଆ, ପାତାଳେଶ୍ୱର ପାଇଁ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଜୟଜଂଘା ପାଇଁ କୃଷ୍ଣଚନ୍ଦ୍ର ପାତ୍ର, କୋନାଭଇରା ପାଇଁ ବିଭୂତି ଭୂଷଣ ଜେନା, ଯୋଗେଶ୍ୱର ଜୋନ ପାଇଁ ନିତ୍ୟାନନ୍ଦ ଗଣ୍ଡ, ନୂଆପଡା ଏନଏସି ଦାୟିତ୍ୱରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଖରିଆର ରୋଡ ଏନଏସିକୁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି ।

ସୂଚନାଯୋଗ୍ୟ, ନୂଆପଡା ଉପନିର୍ବାଚନ ପାଇଁ ବିଜେଡି, ବିଜେପି, କଂଗ୍ରେସ ଦଳରୁ ପ୍ରାର୍ଥୀ ଘୋଷଣା ହୋଇଯାଇଛି । କେଉଁ ଦଳ ଏହି ଉପ ନିର୍ବାଚନରେ ବାଜିମାତ ମାରିବ ତାହା ଅପେକ୍ଷା କରିଛନ୍ତି ଜନତା । ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ । ନୂଆପଡ଼ା ଉପନିର୍ବାଚନ ପାଇଁ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ସରିଛି । ୧୯ ଆଶାୟୀଙ୍କ ମଧ୍ୟରୁ ୫ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି । ୬ଜଣ ଦଳୀୟ ଓ ୮ଜଣ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ସମୁଦାୟ ୧୪ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ଅକ୍ଟୋବର ୨୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିନ ଧାର୍ଯ୍ୟ କରାଯାଇଛି। ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ନଭେମ୍ବର ୧୧ରେ ଭୋଟଗ୍ରହଣ ଓ ୧୪ରେ ଗଣତି ହୋଇ ଫଳାଫଳ ପ୍ରକାଶିତ ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)