ସମୁଦ୍ରରେ ମଝିରେ ଓଲଟିଲା ବୋଟ୍, ଅଳ୍ପକେ ବର୍ତ୍ତିଲେ ୬ ମତ୍ସ୍ୟଜୀବୀ, ଜଣେ ନିଖୋଜ; ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି

ଗଞ୍ଜାମ ପୋଡମପେଟା ସମୁଦ୍ରରେ ଓଲଟିଲା ବୋଟ୍ । ଅଳ୍ପକେ ବର୍ତ୍ତିଲେ ୬ ମତ୍ସ୍ୟଜୀବୀ, ଜଣେ ନିଖୋଜ । ନିଖୋଜ ବ୍ୟକ୍ତି ଜଣକ ଛତ୍ରପୁର ବ୍ଲକ ନୋଳିଆ ନୁଆଁ ଗାଁର ଏଙ୍ଗ. କାଲେୟା । ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ନୋଳିଆ ନୁଆଁ ଗାଁର ୭ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ । ମାଛ ମାରିବା ଫଳରେ ଉଚ୍ଚ ଜୁଆର ମାଡ଼ରେ ପୋଟମପେଟା ନିକଟରେ ଡ଼ଙ୍ଗାଟି ଓଲଟି ପଡ଼ିଥିଲା । ୬ଜଣ ମତ୍ସ୍ୟଜୀବୀ ସମୁଦ୍ର କୂଳକୁ ଆସିଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ଦ୍ୱାରା ଘଟଣାସ୍ଥଳରେ ଖୋଜାଖୋଜି ଜାରି ରହିଛି । ସେହିପରି ୨୧ ତାରିଖରେ ମାଛ ଧରିବାକୁ ଯାଇ ସମୁଦ୍ରରେ ଫସି ଯାଇଥିଲେ ୪ ମତ୍ସ୍ୟଜୀବୀ । ଏକ ସପ୍ତାହ ପରେ ସମୁଦ୍ରରୁ ଫେରିଲେ ୪ଜଣ ମତ୍ସ୍ୟଜୀବୀ । ମାଛ ମାରୁଥିବା ସମୟରେ ପ୍ରବଳ ବେଗରେ ପବନ ବୋହିବା ଫଳରେ ବୋଟଟି ଓଲଟି ପଡିଥିଲା । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୂଡ଼ାମଣି ପଞ୍ଚାୟତରେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)