ଅକ୍ଷର ବ୍ୟୁରୋ: କଟକ ଚୌଦ୍ବାର ବିରୂପା ବ୍ୟାରେଜ୍ ଏକ ନମ୍ବର ଗେଟ ନିକଟରେ ଦୁଇ ଯୁବଙ୍କର ମୃତ୍ୟୁଦେହ ଭାସୁଥିବା ଦେଖିବାକୁ ମିଳିଛି । ଯୁବକ ଦୁଇ ଜଣ ଚୌଦ୍ବାର ମଣ୍ଡାପଡ଼ା ଅଞ୍ଚଳର ଦେବାଶିଷ ସାହୁ ଓ ଶୁଭାଶିଷ ସାହୁ ବୋଲି ସନ୍ଦେହ କରାଯାଉଛି । ଦୁଇ ଭାଇ ଗତ ଦୁଇ ଦିନ ତଳୁ ନିଖୋଜ ଥିଲେ । ତାଙ୍କର ଏକ ମଟର ସାଇକେଲ ବିରୂପା ବ୍ୟରେଜ୍ ନିକଟରୁ ଠାବ କରାଯାଇଥିଲା । ଆଜି ତାଙ୍କ ମୃତ ଦେହ ବ୍ୟାରେଜ ନିକଟରେ ଭାସୁଥିବାର ଦେଖି ମତ୍ସ୍ୟଜୀବୀ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଚୌଦ୍ବାର ପୁଲିସ୍ ପହଞ୍ଚି ଅଗ୍ନିଶମ ସହାୟତାରେ ଦୁଇ ମୃତ୍ୟୁ ଦେହକୁ ଉଦ୍ଧାର କରିଵା ପାଇଁ ଉଦ୍ୟମ ଜାରି ରହିଛି ।
କଟକ ବିରୂପା ବ୍ୟାରେଜ୍ ନିକଟରୁ ଦୁଇ ଯୁବଙ୍କର ମୃତ୍ୟୁଦେହ ଠାବ ।












Leave a Reply