ଭଦ୍ରକ ନୂଆ ବସ୍‌ ଷ୍ଟାଣ୍ଡ ନିକଟରେ ଯାତ୍ରୀବାହି ବସ୍‌ ଦୁର୍ଘଟଣାଗସ୍ତ ।

ଭଦ୍ରକରେ ଭୟଙ୍କର ଦୁର୍ଘଟଣା । ଏକ କାରକୁ ବଞ୍ଚାଇବାକୁ ଯାଇ ଡ଼ିଭାଇଡରେ ମାଢି ଗଲା ବସ୍‌ । ଭଦ୍ରକ ନୂଆ ବସ୍‌ ଷ୍ଟାଣ୍ଡ ନିକଟରେ ଯାତ୍ରୀବାହି ବସ୍‌ ଦୁର୍ଘଟଣାଗସ୍ତ ହୋଇଛି । ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ସମସ୍ତ ଯାତ୍ରୀ । ସୂଚନା ଅନୁଯାଇ ଅଭନାରୁ ଭୁବନେଶ୍ୱର ଯାଉଥିବା ଶାନ୍ତିଲତା ବସ ଭଦ୍ରକ ନୂଆ ବସ୍‌ ଷ୍ଟାଣ୍ଡ ସମ୍ମୁଖରେ ଦୁର୍ଘଟଣାର ଶୀକାର ହୋଇଛି । ସାମ୍ନା ପଟୁ ଏକ କାର୍‌ ଆସିଯିବାରୁ ହଟାତ ବସ୍‌ ଟି ଭାରସାମ୍ୟ ହରାଇ ଏକ ଡିଭାଇଡର ଉପରେ ମାଢି ଯାଇଥିଲା । ବସ୍‌ଟି ର ସାମ୍ନା ପଟ ନଷ୍ଟ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)